Odia News Portal

ଇସ୍ତଫା ଦେଲେ ମହିଳା ହକି ଦଳର ମୁଖ୍ୟ କୋଚ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଭାରତ ବ୍ରୋଞ୍ଚ ପଦକ ଲଢ଼େଇରେ ବ୍ରିଟେନଠାରୁ ପରାସ୍ତ ହୋଇଛି । ତଥାପି ଭାରତ ମହିଳା ହକି ଦଳର ଖେଳ ପ୍ରଦର୍ଶନକୁ ନେଇ ସବୁଠି ଚର୍ଚ୍ଚା । ତେବେ ଏହାରି ଭିତରେ ଦଳର ମୁଖ୍ୟ କୋଚ ସୋର୍ଡେ ମାର୍ଜେନ ମୁଖ୍ୟ କୋଚ ପଦରୁ ଇସ୍ତଫା ଦେଇଛନ୍ତି । ସେ କହିଛନ୍ତି, ଅଲିମ୍ପିକ୍ ଖେଳରେ ବ୍ରିଟେନ ବିରୋଧରେ ବ୍ରୋଞ୍ଜ ପଦକର ପ୍ଲେଅଫ୍ ମୁକାବିଲା ଏହି ଟିମ୍ ସହିତ ତାଙ୍କର ଶେଷ ଦାୟିତ୍ବ ଥିଲା। ୪୭ ବର୍ଷୀୟ ଏହି କୋଚ୍ଙ୍କ ଦେଖାଶୁଣାରେ ଭାରତୀୟ ମହିଳା ହକି ଟିମ୍ ଅଲିମ୍ପିକ ଖେଳରେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିପାରିଥିଲା। ଭାରତୀୟ ଟିମ୍ ଚତୁର୍ଥ ସ୍ଥାନରେ ରହିବାର ଶ୍ରେୟ ତାଙ୍କର ପ୍ରଶିକ୍ଷଣକୁ ଦିଆଯାଉଛି।