Odia News Portal

ଶ୍ରୀଲଙ୍କାକୁ ୧୦ ୱିକେଟରେ ହରାଇ ଭାରତୀୟ ମହିଳା ଟିମ୍ ସିରିଜ୍ ବିଜୟୀ

 ଏଠାରେ ସୋମବାର ଅନୁଷ୍ଠିତ ଦ୍ୱିତୀୟ ଦିନିକିଆରେ ଭାରତ ମହିଳା କ୍ରିକେଟ୍ ଦଳ ଶ୍ରୀଲଙ୍କାକୁ ୧୦ ୱିକେଟରେ ପରାସ୍ତ କରି ତିନି ମ୍ୟାଚ୍ ସିରିଜକୁ ଆଗୁଆ ଜିତି ନେଇଛି ।

ଭାରତୀୟ କ୍ୟାପଟେନ ହରମାପ୍ରୀତ କୌର ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ନିର୍ଦ୍ଧାରିତ ୫୦ ଓଭରରେ ୧୭୩ ରନ୍ ସଂଗ୍ରହ କରିଥିଲା। ଏମ୍ କାଞ୍ଚାନା ସର୍ବାଧିକ ୪୭ ରନ୍ କରିଥିବାବେଳେ ନୀଲକ୍ଷୀ ଡି’ ସିଲଭା ୩୨ ରନ୍ କରିଥିଲେ।

ଭାରତ ପକ୍ଷରୁ ରେଣୁକା ସିଂହ ଚାରିଟି ୱିକେଟ୍ ନେଇଥିବାବେଳେ ମେଘନା ସିଂହ ଏବଂ ଦୀପ୍ତି ଶର୍ମା ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ।

ଶ୍ରୀଲଙ୍କା ପ୍ରଦତ୍ତ ୧୭୪ ରନର ସ୍କୋରକୁ ଭାରତୀୟ ମହିଳା ଦଳ କୌଣସି ୱିକେଟ୍ ନ ହରାଇ ମାତ୍ର ୨୬ ଓଭରରେ ହାସଲ କରିନେଇଥିଲା । ସ୍ମୃତି ମନ୍ଧାନା ୯୪ ଓ ଶେଫାଳି ବର୍ମା ୭୧ କରି ଅପରାଜିତ ରହିଥିଲେ। ପ୍ରଥମ ଦିନିକିଆକୁ ଭାରତ ଚାରି ୱିକେଟରେ ଜିତିଥିଲା । ତୃତୀୟ ତଥା ଅନ୍ତିମ ଦିନିକିଆ ଜୁଲାଇ ୭ରେ ଖେଳାଯିବ |