ଶିଶୁକନ୍ୟା ଦୁଷ୍କର୍ମର ଶିକାର, ଅଭିଯୁକ୍ତ ନାବାଳକକୁ ଥାନାରେ ପଚରାଉଚରା By Swadhikar News Last updated Mar 10, 2026 ପାଟକୁରା ଥାନା ନିକଟବର୍ତ୍ତୀ ଅଂଚଳରେ ଏକ ଶିଶୁକନ୍ୟାକୁ ଦୁଷ୍କର୍ମ କରାଯାଇଛି। ଏ ସମ୍ପର୍କରେ ପୀଡ଼ିତା ଶିଶୁକନ୍ୟାଙ୍କ ପରିବାର ତରଫରୁ ଆଜି ପାଟକୁରା ଥାନାରେ ଏକ ଅଭିଯୋଗ କରାଯାଇଛି। ପାଟକୁରା ଥାନା ଆଇଆଇସି ମହମ୍ମଦ ଜମସେଦ ଥାନାରେ ୫୦/୨୦୨୬ ନମ୍ବରରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛନ୍ତି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତ ମଙ୍ଗଳବାର ଦୋଳ ପୂର୍ଣ୍ଣିମା ଦିନ ରାତିରେ ପାଟକୁରା ହାଟ ପଡ଼ିଆରେ ଦୋଳ ମେଳନ ଅନୁଷ୍ଠିତ ହେଉଥିଲା । ଏହାର ସୁଯୋଗ ନେଇ ନାବାଳିକା ଶିଶୁକନ୍ୟା ରୀନା(ଛଦ୍ମ ନାମ) ୮ ବର୍ଷକୁ ଭୁଲେଇନେଇ ପାଟକୁରା ଚିତ୍ରୋତ୍ପଳା ନଦୀବନ୍ଧ ଆଡ଼କୁ ଜଣେ ସମ୍ପୃକ୍ତ ନାବାଳକ ଯୁବକ ସାଥୀରେ ନେଇଯାଇଥିଲା । ସେଠାରେ ଶିଶୁକନ୍ୟାକୁ ଦୁଷ୍କର୍ମ କରି କିଛି ସମୟ ପରେ ପୁଣି ଆଣି ମେଲଣ ସ୍ଥାନରେ ଛାଡ଼ି ଦେଇଥିଲା।ପୀଡ଼ିତା କାନ୍ଦି କାନ୍ଦି ଏ ସମ୍ପର୍କରେ ମାଙ୍କୁ ଜଣାଇଥିଲା । ଲୋକ ଲଜ୍ଜା ପାଇଁ ଘଟଣାକୁ ଚପାଇ ଆପୋଷ ସମାଧାନ କରିବାକୁ ଚେଷ୍ଟା କରାଯାଉଥିଲା । କିନ୍ତୁ ତାହା ହୋଇପାରିନଥିଲା । ଫଳରେ ପୀଡ଼ିତା ଶିଶୁକନ୍ୟାଙ୍କ ମା ପାଟକୁରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପାଟକୁରା ଥାନା ପୁଲିସ ଏକ ମାମଲା ରୁଜୁ କରିବା ସହିତ ନାବାଳିକାଙ୍କର ଡାକ୍ତରୀ ମାଇନା କରାଇଛନ୍ତି।ଏଥିସହିତ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ରାଘବପୁର ଗ୍ରାମର ଜଣେ ନାବାଳକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଥିବା ଥାନା ଅଧିକାରୀ ମହମ୍ମଦ ଜମସେଦ ସୂଚନା ଦେଇଛନ୍ତି। swadhikarswadhikar news Share