Odia News Portal

ଏଫ୍.ଆର୍.ଏନ୍.ଭି ଓଡ଼ିଶା ଆନୁକୂଲ୍ୟରେ ଡିଏଭି ପୋଖରୀପୁଟରେ ଆନ୍ତବିଦ୍ୟାଳୟସ୍ତରୀୟ ପ୍ରତିଯୋଗିତା

ଭୁବନେଶ୍ଵର ତା- ୧୨-୦୧-୨୦୨୬ – ଫାଉଣ୍ଡେସନ୍ ଫର୍ ରିଷ୍ଟୋରେସନ୍  ଅଫ୍ ନ୍ୟାସନାଲ୍ ଭାଲ୍ୟୁଜ୍ (ଏଫ୍.ଆର୍.ଏନ୍.ଭି), ଓଡ଼ିଶା ଚାପ୍ଟର ଆନୁକୂଲ୍ୟରେ ଡିଏଭି ପୋଖରୀପୁଟ ପରିସରରେ ବିଶ୍ୱବିଜୟୀ ସ୍ୱାମୀ ବିବେକାନନ୍ଦଙ୍କ ୧୬୪ ତମ ଜନ୍ମଦିବସ (ଜାତୀୟ ଯୁବ ଦିବସ) ବର୍ଣ୍ଣାଢ୍ୟ ସମାରୋହରେ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସଂସ୍ଥାର ଅଧ୍ୟକ୍ଷ ଡ. ଅରୁଣ କୁମାର ରଥ ପୂର୍ବତନ ଶିକ୍ଷାସଚିବ, ଭାରତ ସରକାର ତଥା ଡିଏଭି ପୋଖରୀପୁଟର ଚେୟାରମ୍ୟାନ୍ ଯୁବଶକ୍ତିଙ୍କୁ ଆହ୍ୱାନ ଦେଇ ଦେଶଭକ୍ତି ଓ ନିଃସ୍ୱାର୍ଥପର ସେବା ଆଦର୍ଶରେ ଅନୁପ୍ରାଣିତ ହେଲେ ଭାରତ ଏକ ବିକଶିତରାଷ୍ଟ୍ର ରୂପେ ସମଗ୍ର ବିଶ୍ୱରେ ପ୍ରତିଷ୍ଠିତ ହୋଇପାରିବ ବୋଲି  କହିଥିଲେ । ‘ଭିଜନ ଅଫ୍ ସ୍ୱାମୀ ବିବେକାନନ୍ଦ ଫର୍ ଆଓ୍ୱେକେଣ୍ଡ୍ ଇଣ୍ଡିଆ’ ଶୀର୍ଷକକୁ ଆଧାର କରି ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ବିଦ୍ୟାର୍ଥୀମାନେ ସାରଗର୍ଭକ ଆଲୋଚନା କରିଥିଲେ । ଉକ୍ତ ଉତ୍ସବରେ ସଂସ୍ଥାର ଭାଇସ୍ ଚେୟାରମ୍ୟାନ୍ ଜୀବିତେଶ ରଥ , ସେକ୍ରେଟାରୀ ସମରେନ୍ଦ୍ର ଦାସ ଆଦି ଯୋଗଦାନ କରିଥିଲେ । ଏହି ପ୍ରତିଯୋଗିତାରେ ଚମ୍ପିଆନ୍ ଡିଏଭି ଚନ୍ଦ୍ରଶେଖରପୁର, ମଦର୍ସ ପବ୍ଲିକ୍ ସ୍କୁଲ ଫାଷ୍ଟ ରନର୍ସଅପ୍, ସେକେଣ୍ଡ ରନର୍ସଅପ୍  ବିଜେଇମ୍-୧ ହୋଇଥିଲେ । ଶିକ୍ଷାକ୍ଷେତ୍ରରେ ଅଗ୍ରଣୀ ଭୂମିକା ତଥା ମୂଲ୍ୟବୋଧଭିତ୍ତିକ ଶିକ୍ଷା ନିମନ୍ତେ ନିର୍ବାହ କରୁଥିବା ହେତୁ ଡିଏଭି ଶିକ୍ଷାନୁଷ୍ଠାନ ସମୂହ ଓଡ଼ିଶାର ଆଞ୍ଚଳିକ ନିର୍ଦ୍ଦେଶକ ଡ. କେଶବ ଚନ୍ଦ୍ର ଶତପଥୀଙ୍କୁ ‘ଆଜୀବନ ସଫଳତା ପୁରସ୍କାର(ଲାଇଫ୍ ଟାଇମ୍ ଆଚିଭମେଣ୍ଟ)’ ପୁରସ୍କାର ଏଫ୍.ଆର୍.ଏନ୍.ଭି ସଂସ୍ଥା ତରଫରୁ ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ପ୍ରଫେସର ଡକ୍ଟର ଅମରେନ୍ଦ୍ର ମିଶ୍ର ଏବଂ ଡିଏଭି ଶିକ୍ଷାନୁଷ୍ଠାନ ଜୋନ୍ ଏଫ୍ ର ସହକାରୀ ଆଞ୍ଚଳିକ ଅଧିକାରୀ ତଥା ଡିଏଭି ପୋଖରୀପୁଟର ଅଧ୍ୟକ୍ଷ ଶ୍ରୀ ବିପିନ କୁମାର ସାହୁ ଯୋଗଦାନ କରିଥିଲେ  । ସ୍ୱାମୀ ବିବେକାନନ୍ଦଙ୍କ ଉପରେ ଆଧାରିତ ସାରଗର୍ଭକ ଆଲୋଚନାକୁ ବିଦ୍ୟାର୍ଥୀ ଏବଂ ଶିକ୍ଷକଶିକ୍ଷୟିତ୍ରୀ ମନଭରି ଉପଭୋଗ କରିଥିଲେ  ।