Odia News Portal

ନିସ୍ ଶିକ୍ଷାନୁଷ୍ଠାନରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ

ସାରା ରାଜ୍ୟରେ ପାଳିତ ହେଉଛି ମହିଳା ଦିବସ । ଶିକ୍ଷାନୁଷ୍ଠାନରୁ ଆରମ୍ଭ କରି କାର୍ଯ୍ୟାନୁଷ୍ଠାନ ପର୍ଯ୍ୟନ୍ତ ପାଳିତ ହେଉଛି ମହିଳା ଦିବସ । ଏବଂ ମହିଳା ମାନଙ୍କ ଭୂମିକାକୁ କାର୍ଯ୍ୟକ୍ରମ ମାଧ୍ୟମରେ ଜଣାଇଥିଲେ ।
ଭୁବନେଶ୍ୱର ମଦନପୁର ସ୍ଥିତ ନିସ୍ ଶିକ୍ଷାନୁଷ୍ଠାନରେ ପାଳିତ ହୋଇଛି ଅନ୍ତର୍ଜାତୀୟ ମହିଳା ଦିବସ । ସେହି କାର୍ୟ୍ୟକ୍ରମରେ ପୂର୍ବତନ ବିଧାୟକ ,ଶିକ୍ଷାବିତ୍ ଓ ସମାଜସେବୀ ଡକ୍ଟର ଦିଲ୍ଲିପ ଶ୍ରୀଚନ୍ଦନ ମୂଖ୍ୟ ଅତିଥି, ଏବଂ ସମ୍ମାନୀତ ଅତିଥି ଭାବେ ପ୍ରଖ୍ୟାତ ଓଡ଼ିଆ କଣ୍ଠଶିଳ୍ପୀ ସୁସ୍ମିତା ଦାସ୍, ଓଲିଉଡ଼ ସିନେ ଅଭିନେତ୍ରୀ ମାମା ସାମଲ ଓ ଅଭିନେତା ସୂର୍ୟ୍ୟକାନ୍ତ ସାମଲ ପ୍ରମୁଖ ଯୋଗ ଦେଇଥିଲେ ।
ଆନ୍ତର୍ଜାତିକ ମହିଳାଦିବସ ସମ୍ପର୍କରେ ସେମାନଙ୍କର ସାରଗର୍ଭକ ମତବ୍ୟକ୍ତ କରିଥିଲେ । ଏଥିରେ ଅନୁଷ୍ଠାନର ପ୍ରତିଷ୍ଠାତା ଡ଼ ସୁଭାଷ ଚନ୍ଦ୍ର ନାୟକ, ସହ ପ୍ରତିଷ୍ଠାତା ପ୍ରଫେସର ସ୍ମୃତିସୁଧା ନାୟକ, ଡ଼ିନ୍ ପ୍ରଫେସର ବିଷ୍ଣୁ ପାଲ୍, ଉପନିର୍ଦ୍ଦେଶକ ପ୍ରଫେସର ଦୁଷ୍ମନ୍ତ କୁମାର ପଟ୍ଟନାୟକ, ପ୍ରଶାସନିକ ଅଧିକାରୀ ପିତାମ୍ବର ଚଇନିଙ୍କ ସହିତ ଅଧ୍ୟାପକ, ଅଧାପିକା ଓ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ ।