Odia News Portal

କେକେଆର ପରେ ସିଏସକେର ୩ ସଦସ୍ୟଙ୍କୁ କରୋନା

ନୂଆଦିଲ୍ଲୀ: ଆଇପିଏଲରେ ଦ୍ରୁତ ଗତିରେ ବଢିଚାଲିଛି କୋଭିଡ ସଂକ୍ରାମିତଙ୍କ ସଂଖ୍ୟା | କୋଲକାତା ନାଇଟ୍ ରାଇଡର୍ସର ୨ଜଣ ଖେଳାଳୀ ପଜିଟିଭ ଚିହ୍ନଟ ହେବା ପରେ ଏବେ ଚେନ୍ନାଇ ଟିମର ୩ ଜଣ ସଦସ୍ୟ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି ।

ଚେନ୍ନାଇ ଟିମର ସିଇଓ କାଶୀ ବିଶ୍ବନାଥନ୍‌, ବୋଲିଂ କୋଚ୍‌ ଏଲ୍‌ ବାଲାଜୀ ଏବଂ ବସ୍‌ର କ୍ଲିନର କରୋନା ସଂକ୍ରମିତ ହୋଇଥିବା ସୂଚନା ଦିଆଯାଇଛି । ଆଶ୍ବସ୍ତିକର କଥା ହେଉଛି ଟିମ୍‌ର ବାକି ସଦସ୍ୟଙ୍କ ରିପୋର୍ଟ ନେଗେଟିଭ ଆସିଛି । ଗତ ରବିବାର ଦିନ ସିଏସ୍‌କେର ସମସ୍ତ ଖେଳାଳୀ ଏବଂ ଟିମ୍‌ ସଦସ୍ୟଙ୍କ ଟେଷ୍ଟ କରାଯାଇଥିଲା ଏବଂ ସେଥିମଧ୍ୟରୁ ୩ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି |

ଅନ୍ୟପକ୍ଷେ କୋଲକାତା ନାଇଟ ରାଇଡର୍ସର ଦୁଇ ଜଣ ଖେଳାଳି କରୋନା ପିଜିଟିଭ ଚିହ୍ନଟ ହେବା ପରେ ମ୍ୟାଚ ବାତିଲ ନିଷ୍ପତି ନିଆଯାଇଛି । କେକେଆରର ଦୁଇ ଜଣ ଖେଳାଳି ବରୁଣ ଚକ୍ରବର୍ତି ଓ ସନ୍ଦୀପ ୱାରିଅର ସଂକ୍ରମିତ ଚିହ୍ନଟ ହୋଇଥିବା ଏଏନଆଇ ଟୁଇଟ କରି ସୂଚନା ଦେଇଛି । ଉଭୟ ଖେଳାଳୀଙ୍କୁ ଏବେ ଆଇସୋଲେସନରେ ରଖାଯାଇଛି । ମେଡିକାଲ ଟିମ ଲଗାତାର ଭାବେ ସେମାନଙ୍କ ଉପରେ ନଜର ରଖିଛନ୍ତି । ତେବେ ଟିମର ବାକି ସମସ୍ତ ଖେଳାଳୀଙ୍କ ରିପୋର୍ଟ ନେଗେଟିଭ ଆସିଛି ।