Odia News Portal

ଆଇପିଏଲ ୨୦୨୧ର ଦ୍ଵିତୀୟ ପର୍ଯ୍ୟାୟ ପାଇଁ କମେଣ୍ଟ୍ରି ଟିମ୍ ଘୋଷଣା

ନୂଆଦିଲ୍ଲୀ : ଇଣ୍ଡିଆନ ପ୍ରିମିୟର ଲିଗ୍‌ ୨୦୨୧ର ଦ୍ଵିତୀୟ ପର୍ଯ୍ୟାୟ ଆରମ୍ଭ ହେବାକୁ ଆଉ କେଇ ଦିନ ବାକି ରହିଛି। ମୁକାବିଲା ପାଇଁ ସମସ୍ତ ଦଳ ଝାଳବୁହା ଅଭ୍ୟାସ୍ ଚଳାଇଛନ୍ତି। ଏହା ମଧ୍ୟରେ ଷ୍ଟାର ସ୍ପୋର୍ଟ୍ସ ବିଶ୍ଵର ସବୁଠୁ ବଡ ଟି-୨୦ କ୍ରିକେଟ୍ ଲିଗ୍‌ ଆଇପିଏଲ ପାଇଁ ଭାଷ୍ୟକାରଙ୍କ ତାଲିକା ଜାରି କରିଛି। ଆଇପିଏଲର ଅବଶିଷ୍ଟ ମ୍ୟାଚ୍‌ରେ ହିନ୍ଦୀ ଭାଷା ପାଇଁ ମୋଟ୍ ନଅ ଜଣ ଭାଷ୍ୟକାରଙ୍କୁ ସାମିଲ୍ କରାଯାଇଥିବା ବେଳେ ଇଂରାଜୀ ଭାଷା ପାଇଁ ୧୪ ଜଣ ଭାଷ୍ୟକାରଙ୍କ ଚୟନ କରାଯାଇଛି।

ହିନ୍ଦୀ ଭାଷା ପାଇଁ ଚୟନ କରାଯାଇଥିବା ଭାଷ୍ୟକାରଙ୍କ ମଧ୍ୟରେ ଆକାଶ ଚୋପ୍ରା, ଇରଫାନ ପଠାନ, ଗୌତମ ଗମ୍ଭୀର, ପାର୍ଥିବ ପଟେଲ୍, ନିଖିଲ ଚୋପ୍ରା, ତାନ୍ୟା ପୁରୋହିତ, କିରଣ ମୋରେ, ଜତିନ ସପ୍ରୁ ଏବଂ ସୁରେଶ ସୁନ୍ଦରମଙ୍କ ନାମ ସାମିଲ। ଇଂରାଜୀ ଭାଷା ପାଇଁ ହର୍ଷ ଭୋଗଲେ, ସୁନିଲ ଗାଭାସ୍କର, ଏଲ ଶିବରାମକୃଷ୍ଣ, ମୁରଲୀ କାର୍ତ୍ତିକ, ଦୀପଦାସ ଗୁପ୍ତା, ଅଞ୍ଜୁମ ଚୋପ୍ରା, କେଭିନ ପିଟରସନ, ଇଆନ ବିଶୋପ, ମାଥ୍ୟୁ ହେଡେନ, ଏଲନ ଓ୍ଵିଙ୍କଲିନ୍ସ, ଡେନି ମାରିସନ, ସାଇମନ ଡୁଲ, ପୌମି ମାମ୍ବ୍ୟା ଓ ନିକୋଲସା ନାଇଟ୍‌ଙ୍କୁ ସାମିଲ୍ କରାଯାଇଛି।