Odia News Portal

ଆଇପିଏସ୍ ସ୍ତରରେ ଅଦଳ ବଦଳ

ଭୁବନେଶ୍ୱର: ଆଇପିଏସ ସ୍ତରରେ ଅଦଳ ବଦଳ କଲେ ରାଜ୍ୟ ସରକାର । ହିଂମାଶୁ ଲାଲ ହେଲେ ପୂର୍ବାଞ୍ଚଳ ଆଇଜି । ଦିପ୍ତେଶ ପଟ୍ଟନାୟକ ହେଲେ ଜେଲ ବିଭାଗ ଆଇଜି । ନରସିଂହ ଭେଳ ହେଲେ କେନ୍ଦ୍ରାଞ୍ଚଳ ଆଇଜି । ଦୀପକ କୁମାର ହେଲେ ଉତ୍ତରାଞ୍ଚଳ ଡିଆଇଜି । ରାଜ କିଶୋର ପାଇକରାୟଙ୍କୁ ଦେବଗଡ଼ ଏସପି ଭାବରେ ନିଯୁକ୍ତ କରାଯାଇଛି । ଡି.ପି ତ୍ରିପାଠୀଙ୍କୁ କଟକ ରେଲୱେ ଡିଆଇଜି ପଦ ଦିଆଯାଇଛି । ଆଜି ସନ୍ଧ୍ୟାରେ ଏହି ବଡ଼ ଅଦଳ ବଦଳ କରାଯାଇଛି ।