Odia News Portal

ଘର ଭିତରୁ ଉଦ୍ଧାର ହେଲା ମା’ ପୁଅଙ୍କ ମୃତଦେହ

ନୟାଗଡ଼: ସନ୍ଦେହ ଘେରରେ ମହିଳା ଏବଂ ତାଙ୍କ ପୁଅଙ୍କ ମୃତ୍ୟୁ । ଘର ଭିତରୁ ମା’ ପୁଅଙ୍କ ମୃତଦେହ ଉଦ୍ଧାର। ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ସଙ୍ଖେଇ ଗାଁରେ ଘଟିଛି ଅଭାବନୀୟ ଘଟଣା। ପୁଅକୁ ମାରିବା ପରେ ମାଆ ମିଲିରାଣୀ ସାହୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ସେପଟେ ଘରେ କେହି ସଦସ୍ୟ ନଥିବାରୁ ସେମାନଙ୍କୁ ହତ୍ୟା କରି ଫେରାର ହୋଇଥିବା ମିଲିଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ଯୌତୁକ ଦାବି କରି ତାଙ୍କୁ ଶାଶୂଘର ଲୋକ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି। ସକାଳୁ ମୃତଦେହ ପଡ଼ି ରହିଥିଲେ ମଧ୍ୟ ପୋଲିସ ଘଟଣାସ୍ଥଳରେ ପହଞ୍ଚିନଥିବା ଜଣାପଡ଼ିଛି। ତେବେ ଘର ଭିତରେ ଏକ ହାତଲେଖା ସୁଇସାଇଡ ନୋଟ ପଡ଼ିରହିଛି।