Odia News Portal

ଭଦ୍ରକରେ ବାତ୍ୟା ୟଶ ନେଇ ପୂ୍ର୍ବ ପ୍ରସ୍ତୁତି ସମୀକ୍ଷା କଲେ ପୋଲିସ୍ ଏଡିଜି

ଭଦ୍ରକ: ବାତ୍ୟା ୟସ ର ମୁକାବିଲା ପାଇଁ ଭଦ୍ରକ ରେ ୪ଗୋଟି ଏନଡି ଆରଏଫ ଟିମ ବିଭିନ୍ନ ସ୍ଥାନରେ ମୁତୟନ ହେବା ପରେ ଆଜି ୪ ଗୋଟି ଓଡ୍ରାଫ ଟିମ ଭଦ୍ରକ ଜ଼ିଲ୍ଲା ରିଜର୍ଭ ପୋଲିସ କାର୍ଯ୍ୟାଳୟରେ ଆସି ପହଞ୍ଚିଛି । ତେବେ ଓଡ୍ରାଫ ଟିମ କିପରି ପ୍ରଶାସନ ପୋଲିସ ଏନଡିଆରଏଫ ସହିତ ସମନ୍ୱୟ ରକ୍ଷା କରି କିପରି କାର୍ଯ୍ୟ କରିପାରିବ ଓ ବାତ୍ୟା ମୁକାବିଲା ପାଇଁ କେତେ ପ୍ରସ୍ତୁତ ଅଛନ୍ତି, ତାହାର ସମୀକ୍ଷା କରିବା ପାଇଁ ଭଦ୍ରକ ରେ ପହଞ୍ଚିଥିଲେ ପୋଲିସ ଅତିରିକ୍ତ ମହାନିର୍ଦେଶକ (ଆଇନଶୃଙ୍ଖଳା ) ଯଶୱନ୍ତ ଜେଠୱା ପହଞ୍ଚି ସମୀକ୍ଷା କରିଛନ୍ତି ।

ତେବେ ଭଦ୍ରକ ଜ଼ିଲ୍ଲା ର ୫୪ କିଲୋମିଟର ସମୁଦ୍ର ଉପକୂଳରେ ଥିବା ୫ ଟି ଥାନା, ୩ଟି ମେରାଇନ ଥାନା ଅଧୀନରେ ଥିବା ୧୪ ଗୋଟି ପଞ୍ଚାୟତ ର ୪୧ ଗୋଟି ଗ୍ରାମର ୯୪ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନ କୁ କିପରି ଅଣାଯାଇପାରିବ, ସେଥିପାଇଁ ଓଡ୍ରାଫ ଓ ପୋଲିସ ମିଳିତ ଭାବେ କାର୍ଯ୍ୟ କରିବ । ଏପରିକି ବାତ୍ୟା ମୁକାବିଲା ପାଇଁ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମଧ୍ଯ ମୁତୟନ ହେବେ । ଏହି ଟିମ ବାତ୍ୟା ପୂର୍ବରୁ ବାତ୍ୟା ସମୟରେ ଓ ବାତ୍ୟା ପରେ ଲୋକଙ୍କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେବେ ।

ସେହିପରି ଭାବେ ଏହି ଓଡ୍ରାଫ ଟିମ ପାଖରେ ଅତ୍ୟାଧୁନିକ ପାୱାର ବୋଟ, କଟର ମେସିନ, ଟାୱାର ଲାଇଟ, ସାଟେଲାଇଟ ଫୋନ ମହଜୁଦ ରଖାଯାଇଛି । ଯେକୌଣସି ପରିସ୍ଥିତି ରେ ଏହି ଓଡ୍ରାଫ ଟିମ ଲୋକ ମାନଙ୍କୁ ଉଦ୍ଧାର କରି ପାରିବ, ଏହି ଉଦ୍ଧାର କାର୍ଯ୍ୟ ଆଜିଠାରୁ ଆରମ୍ଭ ହୋଇଯାଇଛି ବୋଲି ଶ୍ରୀ ଜେଠୱା ସୂଚନା ଦେଇଛନ୍ତି ।