Odia News Portal

କିଡନୀ ରୋଗରେ ଛଟପଟ ଲୋପାଙ୍କୁ ସାହାଯ୍ୟ କରିବାକୁ ନିବେଦନ

ଜଟଣୀ: ଯିଏ ସିନ୍ଥିରେ ସିନ୍ଦୁର ଦେଇଥିଲା ସିଏ ପର କରିଦେଲା । ଯାହା ହାତ ଧରି ବାହା ହୋଇଥିଲେ ସିଏ ହାତ ଛାଡିଦେଲା । ରୋଗର ଯନ୍ତ୍ରଣା ସାଙ୍ଗକୁ ମାନସିକ ଯନ୍ତ୍ରଣାରେ ଛଟପଟ । ଇଏ ହେଉଛନ୍ତି ଲୋପାମୁଦ୍ରା ନାୟକ । ଘର ଜଟଣୀ । ୨୦୧୫ ମସିହାରେ ପୁରୀ ଜିଲ୍ଲା ଗୋପ ଥାନା ଗଡନିପାଣିଆର ସୁରେନ୍ଦ୍ର ଘଡେଇଙ୍କ ପୁଅ ରାଜେଶଙ୍କୁ ବିବାହ କରିଥିଲୋ । ନୂଆ ବାହା ହୋଇ ଅନେକ ଆଶା ନେଇ ଲୋପାମୁଦ୍ରା ଶାଶୁଘର ଆସୁଥିଲେ । ଆଖିରେ ଆଖିଏ ସ୍ୱପ୍ନ ନେଇ ନୂଆ ସଂସାର ଗଢିଥାନ୍ତେ । ହେଲେ ବିବାହର ମାତ୍ର କେଇ ମାସ ପରେ ସ୍ୱାମୀ ଓ ଶାଶୁଘର ଲୋକ ଯୌତୁକ ନିଯ୍ୟାତନା ଦେବା ଆରମ୍ଭ କରିଦେଇଥିଲେ । ଏମିତିକି ନିର୍ଯ୍ୟାତନା ଅସହ୍ୟ ହେବାରୁ ଗୋପ ଥାନା, ମହିଳା କମିଶନ ଓ ପରେ ଫ୍ୟାମିଲ କୋର୍ଟ ଆଦିରେ ପହଁଚିଥିଲା କେସ୍ । ଆଉ ତା ପରେ ଲୋପାମୁଦ୍ରାଙ୍କ ସହ ଯାହା ଘଟିଲା ଶୁଣନ୍ତୁ ତାଙ୍କରି ମୁହଁରୁ ।

୨୦୧୯ରେ ଲୋପାମୁଦ୍ରାଙ୍କ ଦୁଇଟି ଯାକ କିଡନୀ ନଷ୍ଟ ହୋଇଯାଇଥିବା ଡାକ୍ତରୀ ରିପୋର୍ଟରୁ ଜଣାପଡିଥିଲା । ଏମିତିକି ଡାଇଲିସିସି କରିକ଼ରି ୧ ଲକ୍ଷ ଟଙ୍କା ଖର୍ଚ୍ଚ କରି ସାରିଲେଣି ବୁଢା ବାପା । ଲୋପାଙ୍କ ବାପା ଜଣଙ୍କ ସୁଇପର ଚାକିରୀ କରିଥିବା ବେଳେ ଝିଅର ଚିକିତ୍ସା କରାଇବା ଆଉ ସମ୍ଭବ ହୋଇପାରୁନି । ସେପଟେ କୋର୍ଟରେ ମାମଲା ବିଚାରଧୀନ ଥିବା ବେଳେ ଥାନା , କୋର୍ଟ, କଚେରୀ, କି ମହିଳା କମିଶନ କେହି ଲୋପାମୁଦ୍ରାଙ୍କୁ ନ୍ୟାୟ ଦେଇ ପାରିଲେନି । ଅସହାୟ ଅବସ୍ଥାରେ ବୁଢା ବାପ ଘରେ ପଡିରହିଛନ୍ତି ଲୋପାମୁଦ୍ରା । ସ୍ୱାମୀ ଆଉ ଜଣଙ୍କୁ ବିବାହ କରିଥିବା ଜାଣି ଆହୁରି ଭାଙ୍ଗି ପଡିଛନ୍ତି ଲୋପାମୁଦ୍ରା । ଅର୍ଥ ଅଭାବରୁ ଲୋପାମୁଦ୍ରାଙ୍କ ଚିକିତ୍ସା ହୋଇପାରୁନଥିବା ବେଳେ ସହୃଦୟ ବ୍ୟକ୍ତିଙ୍କ ସହଯୋଗ ମିଳିଲେ ଲୋପା ନୁଆ ଜୀବନ ପାଇପାରନ୍ତେ ।