Odia News Portal

ଆଜି ବନକଲାଗି, ୫ଘଣ୍ଟା ବନ୍ଦରହିବ ଜଗାଦର୍ଶନ

ଆଜି ଅନୁଷ୍ଠିତ ହେବ ମହାପ୍ରଭୁଙ୍କର ବନକଲାଗି ବା ଶ୍ରୀମୁଖ ଶିଙ୍ଗାର ନୀତି । ମହାପ୍ରଭୁଙ୍କର ବନକଲାଗି ପାଇଁ ଦୀର୍ଘଦିନ ଧରି ଲାଗିରହିଥିବା ବିବାଦର ଅନ୍ତ ହୋଇଥିବାବେଳେ ଆସନ୍ତାକାଲି ଅର୍ଥାତ୍ ବୁଧବାର ଏହି ନୀତିକାନ୍ତି ସମ୍ପନ୍ନ ହେବ । ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ଗତ ଏକମାସରୁ ଊର୍ଦ୍ଧ୍ୱହେବ ବନକଲାଗି ହୋଇନାହାନ୍ତି ଚତୁର୍ଦ୍ଧାମୂର୍ତ୍ତି । ଦତ୍ତ ମହାପାତ୍ର ସେବକମାନେ ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ବୁଧବାର ବନକଲାଗି ନୀତି କରିବାରୁ ସମ୍ମତି ଦେଇଛନ୍ତି । ଶ୍ରୀମନ୍ଦିର ପ୍ରଶାସନରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତାକାଲି ବୁଧବାର ଶ୍ରାବଣ-ମଳ କୃଷ୍ଣ ନବମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏଣୁ ଦ୍ୱିତୀୟ ଭୋଗ ମଣ୍ଡପ ଭୋଗ ଶେଷହେବା ପରେ ଆପାତତଃ ସନ୍ଧ୍ୟା ୬ ଘଟିକାରୁ ରାତ୍ର ୧୧ ଘଟିକା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଜଗାଦର୍ଶନ ବନ୍ଦରହିବ । ଦତ୍ତ ମହାପାତ୍ର ସେବକମାନେ ଠାକୁରଙ୍କ ଶ୍ରୀମୁଖ ଶିଙ୍ଗାର କରିବା ଲାଗି ଗର୍ଭଗୃହକୁ ପ୍ରବେଶ କରିବେ । ବନକଲାଗି ପାଇଁ ହିଙ୍ଗୁଳ, ହରିତାଳ, ଶଙ୍ଖ, କେଶର, କର୍ପୂର, କଇଥ ଅଠା, କସ୍ତୁରୀ ଓ କଳା ଆଦି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଛି ।