Odia News Portal

କୟାଁ ପଞ୍ଚାୟତରୁ ସମିତିସଭ୍ୟ ପାର୍ଥୀ ହେଲେ ଜୟପ୍ରକାଶ

ଦଶରଥପୁର : ଦଶରଥପୁର ବ୍ଲକ କୟାଁ ପଞ୍ଚାୟତରେ ସମିତିସଭ୍ୟ ପାର୍ଥୀ ହେଲେ ଜୟପ୍ରକାଶ । ଗତକାଲ କୟାଁ ପୂର୍ବାଞ୍ଚଳ ବିକାଶମଞ୍ଚର ସଭାପତି ତଥା ଯୁବ ସମାଜସେବି ଜୟପ୍ରକାଶ ନାୟକ ମା ଜୟଚଣ୍ଡୀଙ୍କ ନିକଟରୁ ପୂଜାର୍ଚ୍ଚନା ସାରିବା ପରେ ଆଜି କୋଭିଡ କଟକଣା ମଧ୍ୟରେ ଦଶରଥପୁର ବ୍ଲକ କାର୍ୟ୍ୟଳୟ ପରିସରରେ ବିଡ଼ିଓ ଶ୍ଵେତାସ୍ନିଗଧାଙ୍କ ନିକଟରେ ନିଜର ପାର୍ଥିପତ୍ର ଦାଖଲ କରିଥିଲେ । ପାର୍ଥିପତ୍ର ଦାଖଲ ସମୟରେ କୟାଁ ପଞ୍ଚାୟତର ଛାତ୍ର ସଭାପତି ନିରଞ୍ଜନ ବାରିକ ୧୧ ନମ୍ବର ୱାର୍ଡର ପୂର୍ବତନ ୱାର୍ଡସଭ୍ୟ ଦିଲ୍ଲୀପ ଜେନା,ଓଡ଼ିଶା ଡ୍ରାଇଭର ମହାସଂଘର କୟାଁ ପଞ୍ଚାୟତ ଆଡମିନ ତଥା ଯୁବ ସମାଜସେବି ସୀତାଂଶୁ ସାହାଣୀ, ବାଇଧର ମଲିକ, ଦଶରଥପୁର ବ୍ଲକ ବିଜୁ ଛାତ୍ର ଜନତା ଦଳର ସାଧରଣ ସମ୍ପାଦକ ବୁନୁ ମଲିକ, ଛାତ୍ରନେତା ବିଶ୍ୱଜିତ ଦାସ, ଲଷ୍ମଣ ସେଠି ପ୍ରମୁଖ ଉପସ୍ଥିତ ଥିଲେ ।