Odia News Portal

ଏଣିକି ଜିଓ ଦେବ ଅସୀମିତ ଭଏସ୍ କଲ୍

ନୂଆଦିଲ୍ଲୀ: ଗ୍ରାହକ ମାନଙ୍କୁ ଜିଓର ନୂଆବର୍ଷ ଉପହାର । ରିଲିୟାନ୍ସ ଜିଓ ପୁଣି ଥରେ ଭଏସ୍ କଲ ବିଲକୁଲ ମାଗଣା କରିବାକୁ ଯାଉଛି । ଜିଓ ଉପଭୋକ୍ତା ମାନେ ଜାନୁଆରୀ ପହିଲାରୁ ମାଗଣାରେ ସମସ୍ତ ଫୋନକୁ ଭଏସ୍ କଲ କରିବାର ସୁବିଧା ପାଇବେ । ରିଲିୟାନ୍ସ ଜିଓ ଗୁରୁବାର ଦିନ ଏଭଳି ସୂଚନା ଦେଇଛି । କମ୍ପାନୀ ତରଫରୁ କୁହାଯାଇଛି କି ଅଫ୍ ନେଟ୍ ଡୋମେଷ୍ଟିକ କଲ ପାଇଁ ଉପଭୋକ୍ତାଙ୍କୁ କୌଣସି ରିଚାର୍ଜ କରିବାକୁ ପଡିବ ନାହିଁ । ଜିଓ ଏଭଳି ସୂଚନା ଦେବା ପରେ ଅନ୍ୟ ଟେଲିକମ୍ କମ୍ପାନୀ ଭାରତୀ ଏୟାରଟେଲ ସେୟାରରେ ୨ ପ୍ରତିଶତ କ୍ଷତି ହୋଇଛି ।

୨୦୨୧ ମସିହା ଜାନୁଆରୀ ୧ ତାରିଖଠାରୁ ସମସ୍ତ ଲୋକଲ ଭଏସ କଲ ମାଗଣାରେ ଉପଲବ୍ଧ ହେବ ବୋଲି ଘୋଷଣା କରିଛି ଜିଓ । ପୂର୍ବ କିଛି ମାସ ହେବ ଜିଓରୁ ଅଲଗା ନେଟୱର୍କକୁ ଫୋନ କରିବାଦ୍ୱାରା ପଇସା କଟୁଥିଲା କିନ୍ତୁ ବର୍ତ୍ତମାନ ତାହା ଫ୍ରି କଲ ହେବ ବୋଲି ଘୋଷଣା କରିଛି ଜିଓ ।୨୦୧୯ ସେପ୍ଟେମ୍ବର ମାସ ଠାରୁ ଟେଲିକମ୍ ରେଗୁଲେଟୋରୀ ଅଥରେଟି ଅଫ୍ ଇଣ୍ଡିଆ ତରଫରୁ ମୋବାଇଲରୁ ମୋବାଇଲକୁ କଲ କରିବାକୁ ଥିବା ଆଇୟୁସିକୁ ଜାନୁଆରୀ ୨୦୨୦ ଯାଏ ବୃଦ୍ଧି କରିଥିଲେ । ଏହା ପରେ ଜିଓ ତା’ର ଗ୍ରାହକ ମାନଙ୍କ ଠାରୁ ଅଫ୍ ନେଟ୍ କଲ ପାଇଁ ଦେୟ ଆଦାୟ କରୁଥିଲା ।

କମ୍ପାନୀ ତରଫରୁ କୁହାଯାଇଛି କି, ଜିଓ ରୁ ଜିଓକୁ ଅନ୍ ନେଟ ଭଏସ୍ କଲ ଫ୍ରି ରହିଛି । ଭୋଲ୍ଟ ଭଳି ଆଡଭାନ୍ସ ଟେକ୍ନୋଲୋଜି ଜରିଆରେ ଭାରତୀୟ ନାଗରିକଙ୍କ ଏହି ସୁବିଧା ଯୋଗାଇ ଦେବାକୁ ଜିଓ ପ୍ରତିବଦ୍ଧ । ରିଲିୟାନ୍ସ ଜିଓ ଅକ୍ଟୋବର ମାସ ସୁଦ୍ଧା ୨୨ ଲକ୍ଷ ରୁ ଅଧିକ ଗ୍ରାହକଙ୍କୁ ନିଜ ସହିତ ଯୋଡି ସାରିଛି । ଏହା ସହ କମ୍ପାନୀ ପାଖରେ ମୋଟ ୪୦.୬୩ କୋଟି ଉପଭୋକ୍ତା ଥିବା କଥା କମ୍ପାନୀ ସ୍ପଷ୍ଟ କରିଛି ।