Odia News Portal

ପରସ୍ପରର ଅତି ନିକଟତର ହେବେ ଦୁଇ ଉଜ୍ଜ୍ୱଳ ଗ୍ରହ ଶୁକ୍ର ଓ ବୃହସ୍ପତି

ଆମ ସୌରଜଗତର ଦୁଇଟି ଉଜ୍ଜ୍ବଳତମ ଗ୍ରହ ହେଉଛନ୍ତି ଶୁକ୍ର ଓ ବୃହସ୍ପତି। ସେମାନେ ଏବେ ମୀନରାଶିରେ ଅବସ୍ଥାନ କରୁଛନ୍ତି। ସଂଧ୍ୟା ଓ ପାହାନ୍ତା ସମୟରେ ଶୁକ୍ରଙ୍କ ପାଖରେ ହଳଦିଆ ଗ୍ରହ ବୃହସ୍ପତିଙ୍କୁ ଦେଖିବାକୁ ମିଳୁଛି। ଫେବ୍ରୁଆରି ପହିଲାରେ ଦୁଇ ଗ୍ରହ ପରସ୍ପରଠାରୁ ୨୯ ଡିଗ୍ରି ଦୂରରେ ରହିଥିବା ବେଳେ ଆଗାମୀ ମାର୍ଚ୍ଚ ପହିଲାରେ ସେମାନେ ପରସ୍ପରଠାରୁ ଅତି ନିକଟରେ ମାତ୍ର ୦.୫୨ ଡିଗ୍ରି ଦୂରତାରେ ରହିବେ ବୋଲି ଜଣାପଡ଼ିଛି।

ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ ଶନିବାର କ୍ଷୀଣଚନ୍ଦ୍ର ସହ ମୀନରାଶିରେ ଥିବା ବୃହସ୍ପତି ଓ ଶୁକ୍ରଙ୍କର ଏକତ୍ର ଥିବା ଏକ ଫଟୋ ସେୟାର କରି ଟ୍ବିଟ୍ କରାଯାଇଛି ଯେ, କ୍ଷୀଣଚନ୍ଦ୍ର ବୃହସ୍ପତିଙ୍କ ପାଖରେ ଅଛି। ଶୁକ୍ର ବୃହସ୍ପତିଙ୍କ ନିକଟତର ହୋଇଚାଲିଛି ଏବଂ ମାର୍ଚ୍ଚ ପହିଲାରେ ଉଭୟ ସବୁଠାରୁ ନିକଟରେ ରହିବେ। ଯେଉଁମାନେ ଏହି ମହାଜାଗତିକ ଦୃଶ୍ୟ ଦେଖିବାକୁ ଚାହାନ୍ତି, ସେମାନେ ସୂର୍ଯ୍ୟାସ୍ତର ଏକଘଣ୍ଟା ପରେ ପଶ୍ଚିମ ଆକାଶରେ କିମ୍ବା ସୂର୍ଯ୍ୟୋଦୟର ଏକଘଣ୍ଟା ପୂର୍ବରୁ ପୂର୍ବ ଆକାଶରେ ଆକାଶ ନିର୍ମଳ ଥିଲେ ଖାଲିଆଖିରେ ଦୁଇ ମହାଗ୍ରହଙ୍କ ଯୋଡ଼ି ଦେଖିପାରିବେ।