Odia News Portal

ରାହୁଲଙ୍କୁ ଟପିଲେ ଗାଇକ୍ୱାଡ

ଦୁବାଇ: ଆଇପିଏଲ ୨୦୨୧ରେ ସର୍ବାଧିକ ସ୍କୋର କରିବାରେ ସକ୍ଷମ ହୋଇଛନ୍ତି ଚେନ୍ନାଇ ସୁପରକିଙ୍ଗସର ଓପନର ବ୍ୟାଟ୍ସମ୍ୟାନ ଋତୁରାଜ ଗାଇକ୍ୱାଡ । କେଏଲ ରାହୁଲ ୬୨୬ ରନ କରିଥିବା ବେଳେ ଏବେ ଏହାକୁ ପାର କରିଛନ୍ତି ଗାଇକ୍ୱାଡ । ଏବେ ସେ ପଡିଆରେ ମହଜୁଦ ଅଛନ୍ତି । ତେବେ ଚଳିତ ବର୍ଷ ଆଇପିଏଲରେ ସେ ଅରେଞ୍ଜ କ୍ୟାପ ପାଇବେ ବୋଲି କ୍ରିକେଟ ବିଶେଷଜ୍ଞମାନେ ମତ ଦେଇଛନ୍ତି । କାହିଁକି ନାଁ ତାଙ୍କ ପଛକୁ ଅନ୍ୟ କୌଣସି ଖେଳାଳି ନାହାନ୍ତି । ଯଦି ଦେଖିବା ଏହି ରେସରେ କେବଳ ଡୁପ୍ଲେସି ରହିଛନ୍ତି । ସେ ୫୫୭ ସଂଗ୍ରହ କରିଛନ୍ତି । ସେ ଏହି ସ୍କୋରକୁ ଅତିକ୍ରମ କରିବା ଏକ ପ୍ରକାର ଅସମ୍ଭବ ।