ଆଜି ପୁଣି ତାଣ୍ଡବ ରଚିବ କାଳବୈଶାଖୀ । ରାଜ୍ୟର କିଛି ଜିଲ୍ଲାରେ ବର୍ଷା ସହ ବଜ୍ରପାତ ସମ୍ଭବନା । ବିଜୁଳି, ଘଡଘଡି ସହ ବର୍ଷା ପାଇଁ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହି ଜିଲ୍ଲା ଗୁଡିକରେ ବଜ୍ରପାତ ସହ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ । ଅନ୍ୟପଟେ ଆସନ୍ତାକାଲି ଠାରୁ ବଦଳି ପାରେ ପାଗ । ବଢ଼ିପାରେ ତାତି ।ଆସନ୍ତାକାଲି ରାଜ୍ୟର ୧୧ ଜିଲ୍ଲାକୁ ଗରମ ଏବଂ ଗୁଳିଗୁଳି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆଜି ଯେଉଁ ୧୧ ଜିଲ୍ଲାରେ କାଳବୈଶାଖୀ ତାଣ୍ଡବ କରିବ ଆସନ୍ତାକାଲି ସେହି ଜିଲ୍ଲା ଗୁଡିକୁ ଅସ୍ତବ୍ୟସ୍ତ କରିବ ଗରମ ଏବଂ ଗୁଳିଗଳି । ଉପକୁଳବର୍ତ୍ତି ଜିଲ୍ଲାର ରହିବ ତାତିର ପ୍ରଭାବ । ୧୫ ତାରିଖ ଯାଏ ରାଜ୍ୟରେ ଜାରି ରହିବ ଗରମ ଏବଂ ଗୁଳିଗଳି ।
