Odia News Portal

ମମିତା ନିଖୋଜ ଘଟଣା: ସ୍କୁଲ ପରିସରରେ ମାଟି ଖୋଳି ତଦନ୍ତ ଆରମ୍ଭ

କଳାହାଣ୍ଡି: ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ୍ ଅଧ୍ୟକ୍ଷା ମମିତା ମେହେର ନିଖୋଜ ଘଟଣା । ମମିତାଙ୍କୁ ମାରି ମହାଲିଙ୍ଗ ନୋଡାଲ ହାଇସ୍କୁଲ ପଡ଼ିଆରେ ପୋତି ଦିଆଯାଇଥିବା ସନ୍ଦେହରେ ପୋଲିସ ପୂରା ଅଞ୍ଚଳକୁ କବଜାକୁ ନେଇଛି । ସ୍କୁଲ ପରିସରରେ ମାଟି ଖୋଳିପାରେ ପୋଲିସ । ଏନେଇ ମାଜିଷ୍ଟ୍ରେଟଙ୍କ ସହ ପୋଲିସ ନୋଡାଲ ହାଇସ୍କୁଲ ପଡ଼ିଆରେ ପହଞ୍ଚିଛନ୍ତି ।

ତେବେ ସନସାଇନ ପବ୍ଲିକ ସ୍କୁଲରୁ ନୋଡାଲ ହାଇସ୍କୁଲ ମାତ୍ର ଦେଢ କିଲୋମିଟର । ମାମଲାରେ ଟିଟିଲାଗଡ଼ ପୋଲିସ ହେପାଜତରେ ଅଟକ ଥିବା ସ୍କୁଲ ମାଲିକ ଗୋବିନ୍ଦ ସାହୁ ଗତକାଲି ଫେରାର ହୋଇଯାଇଥିଲା । ଗୋବିନ୍ଦକୁ ଧରିବାକୁ ୧୦ଟି ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି । ପୋଲିସ ହେପାଜତରୁ ଅଭିଯୁକ୍ତ ଖସିଯିବା ନେଇ ୩ଜଣଙ୍କୁ ନିଲମ୍ବନ କରାଯାଇଛି । ଦାୟିତ୍ୱରେ ଥିବା କନେଷ୍ଟବଳ ରାକେଶ ବିଶ୍ୱାଳ, OAPF କନେଷ୍ଟବଳ ଦୟା ଜାନୀ ଓ ଝିଲେମିକୁ କାର୍ଯ୍ୟରେ ଅବହେଳା ନେଇ ଏସପି ନିତିନ କୁସଲକର ନିଲମ୍ବିତ ହୋଇଛନ୍ତି ।