Odia News Portal

ପୁଣି ଥରେ ଭୁଶୁଡ଼ିଲା କଳିଙ୍ଗା ଘାଟି, ଗଂଜାମ -କନ୍ଧମାଳ ଜିଲ୍ଲାକୁ ଯୋଗାଯୋଗ ବିଚ୍ଛିନ୍ନ

ଗତ ୧୬ ତାରିଖରେ କଳିଙ୍ଗା ଘାଟିର ପାହାଡ଼ରେ ଭୁସ୍ଗଳନ ଯୋଗୁଁ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଥିଲା । ଘାଟି ରାସ୍ତା ରେ ପ୍ରାୟ ୫୦ ମିଟର ରାସ୍ତା ଧୋଇ ହୋଇଯାଇଥିଲା । ଫଳରେ ଗଂଜାମ – କନ୍ଧମାଳ ଜିଲ୍ଲା ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇଥିଲା । ଘଟଣା ଦିନ ଠାରୁ ଘାଟି ରାସ୍ତାର ଉଦ୍ଧାର କାର୍ଯ୍ୟ ଚାଲିଥିଲା । ଦୁଇ ଦିନ ମଧ୍ୟରେ ଘାଟି ରାସ୍ତାରୁ ପଥର ଖଣ୍ଡ ହଟିଥିଲା । ପୁଣି ରାସ୍ତାରେ ପୁନରୁଦ୍ଧାର କରି ଗମନାଗମନ ପାଇଁ ଉଭୟ କନ୍ଧମାଳ ଏବଂ ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିଲା । ଏବଂ କାମ ବି ଜାରି ରହିଥିଲା । ଏନେଇ ଉଭୟ ଗଂଜାମ ଏବଂ କନ୍ଧମାଳ ଜିଲ୍ଲାର ପ୍ରଶାସନିକ ଅଧିକାରୀ ତଥା ଭଂଜନଗର ବିଧାୟକ, ଉପଜିଲ୍ଲାପାଳ ଏବଂ ବିଡିଓ ପହଞ୍ଚି ଘଟଣା ଅନୁଧ୍ୟାନ କରିଥିଲେ । ଏବଂ ନିର୍ମାଣକାର୍ଯ୍ୟ ତଦାରଖ କରିଥିଲେ ।ଗତକାଲି ପୁଣି ଥରେ , ପୂର୍ବରୁ ଭୁସ୍ଗଳନ ହୋଇଥିବା ସ୍ଥାନରେ ପୁଣି ଥରେ ପାହାଡ ଭୁଷୁଡିବା ଆରମ୍ଭ ହୋଇଛି । ତେବେ ଘଟଣା ସ୍ଥଳରେ କାମ କରୁଥିବା ଗାଡ଼ି,  କିମ୍ବା କୈ।ଣସି ଲୋକଙ୍କର କ୍ଷତି ହୋଇଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଅନ୍ୟପକ୍ଷରେ, ଗଂଜାମ – କନ୍ଧମାଳ ଜିଲ୍ଲାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯିବାରୁ, ସ୍ଥାନୀୟ ଅଞ୍ଚଳବାସୀ ଏବଂ ଘାଟିତଳିଆ ଅଞ୍ଚଳ ଦୁର୍ଗାପ୍ରସାଦର ଜନସାଧାରଣ ଏବଂ ବ୍ୟବସାୟୀମାନେ ବହୁ ମାତ୍ରାରେ ପ୍ରଭାବିତ ହୋଇଛନ୍ତି ।। ଗତକାଲି ମଧ୍ୟାହ୍ନରେ ଘଟିଛି ଏହି ଘଟଣା । ପୂର୍ବରୁ ଯେଉଁ ସ୍ଥାନରେ ଭୂସ୍ଖଳନ ହୋଇ ପାହାଡ଼ ପାଣିରେ ବଡ଼ ବଡ ପଥର ଖଣ୍ଡ ଖସିଥିଲା, ପୁଣି ସେହି ସ୍ଥାନରେ ଭୁଷୁଡ଼ିଛି ପାହାଡ଼ । କଳିଙ୍ଗା ଘାଟି ଭୂସ୍ଖଳନର ୬ ଦିନ ପରେ, ପୁଣି ଭୁଷୁଡିଲା ପାହାଡ । ଯେଉଁ ସ୍ଥାନରେ ଉଦ୍ଧାର କାର୍ଯ୍ୟ କରି, ନୂଆଁ ଚଲା ରାସ୍ତା ବାହାର କରିବାକୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚାଲିଥିଲା, ପୁଣି ସେହି ସ୍ଥାନକୁ ଲାଗି ରହିଥିବା ପାହାଡ଼ ଭୁଷୁଡିବା ଆରମ୍ଭ ହୋଇଛି । ତେବେ ଗତକାଲି ଠାରୁ ଲଗାଣ ବର୍ଷା ଜାରି ରହିଥିବାରୁ, ନିର୍ମାଣଧିନ ରାସ୍ତାକୁ ଲାଗି ରହିଥିବା ଭୁସ୍ଖଳନ ସ୍ଥାନରୁ ହିଁ ପୁଣି ଭୁଷୁଡି ପଡିଛି ।