Odia News Portal

ଅଭିନୟ ଛାଡ଼ି ରାଜନୀତିରେ ପାଦ ଦେଲେ ଅଭିନେତ୍ରୀ କଙ୍ଗନା

ଅଭିନୟ ଜଗତକୁ କଲେ ବାଏ ବାଏ । ରାଜନୀତି ଜଗତରେ ପାଦ ଥାପିଲେ ଅଭିନେତ୍ରୀ କଙ୍ଗନା ଶର୍ମା । ବଲିଉଡ୍‌ରେ ଅନେକ ଫିଲ୍ମରେ ହସାଇବା ସହ ଦମ୍‌ଦାର ଅଭିନୟ କରି ଦର୍ଶକଙ୍କ ହୃଦୟରେ ରାଜ୍‌ କରିଥିଲେ । ଗତ କିଛି ଦିନ ହେବ ରାଜନୀତିରେ ପ୍ରବେଶ କରିବେ ବୋଲି ଚର୍ଚ୍ଚା ହେଉଥିଲା । ଯାହାର ଫଟୋ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେଉଛି ।

ଗତ କିଛି ଦିନ ପୂର୍ବରୁ ‘AAP’ ପାର୍ଟିରେ ଯୋଗ ଦେଇ ନିଜର ରାଜନୈତିକ ଦଳରେ ପ୍ରବେଶ କରିଛନ୍ତି। ଏନେଇ AAP ପାର୍ଟି ପକ୍ଷରୁ ଏକ ଟୁଇଟ୍ ମଧ୍ୟ କରାଯାଇଥିଲା। ଟ୍ୱିଟ୍‌ରେ କୁହାଯାଇଛି କି ଅରବିନ୍ଦ କେଜ୍ରିୱାଲଙ୍କ ନୀତି ଦ୍ୱାରା ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ତଥା ମଡେଲ ,ଗାୟକ କଙ୍ଗନା ଶର୍ମା ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଛନ୍ତି। ‘AAP’ ପରିବାର ତାଙ୍କୁ ସ୍ୱାଗତ କରୁଛନ୍ତି ।

କଙ୍ଗନା ଶର୍ମା ହେଉଛନ୍ତି ଜଣେ ହରିୟାଣୀ ଅଭିନେତ୍ରୀ । ଅଭିନୟ କରିବା ପୂର୍ବରୁ ସେ ମଡେଲିଂ କରୁଥିଲେ ଏବଂ ତା’ପରେ ସେ ଚଳଚ୍ଚିତ୍ର ଜଗତରେ କ୍ୟାରିୟର ଆରମ୍ଭ କରିଥିଲେ । କଙ୍ଗନା ଫିଲ୍ମ ‘ଗ୍ରେଟ୍ ଗ୍ରାଣ୍ଡ୍ ମସ୍ତି’ରେ ଡେବ୍ୟୁ କରିଥିଲେ । ଏହି ଫିଲ୍ମ ସେତିକି ହିଟ୍‌ ହୋଇ ପାରି ନଥିଲା । ଏହା ପରେ ସେ ଓଟିଟିରେ ୱେବ୍‌ ସିରିଜ୍‌ କରିଥିଲେ । ଯେଉଁଥିରେ ସେ ବୋଲ୍ଡ ହେବା ସହ ଲଜ୍ୟାର ସୀମା ପାର କରିଥିଲେ ।