ମହିଳାଙ୍କ ପାଇଁ ଖୁସିଖବର । ନୂଆ ହିତାଧିକାରୀଙ୍କ ପାଇଁ ପୁଣି ଏପ୍ରିଲ ମାସରେ ଖୋଲିବ ସୁଭଦ୍ରା ପୋର୍ଟାଲ । ପଞ୍ଜୀକୃତ କରିପାରିବେ ନୂଆ ଆବେଦନକାରୀ । ୨୧ ବର୍ଷ ହୋଇଥିଲେ ୨୦୨୭ ଏପ୍ରିଲରୁ ଆବେଦନ କରି ହେବ । ଏପ୍ରିଲ୍ ପହିଲାରୁ ୩୦ ଯାଏ ଖୋଲି ରହିବା ପୋର୍ଟାଲ । ଏ ନେଇ ଉପମୁଖ୍ଯମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି ।
ଆସନ୍ତାକାଲି (ଗୁରୁବାର) ସୁଭଦ୍ରା ଯୋଜନାକୁ ୨ ବର୍ଷ ପୂରିବ । ୨ ବର୍ଷରେ ୨୫ ହଜାର ୮୦୦ କୋଟି ଟଙ୍କା ହିତାଧିକାରୀଙ୍କୁ ଆର୍ଥିକ ସହାୟତା ରାଶି ଦିଆଯାଇଛି । ୧ କୋଟିରୁ ଅଧିକ ମହିଳା ଉପକୃତ ହୋଇଛନ୍ତି । ୨୬ ପ୍ରତିଶତରୁ ଅଧିକ ଉଦ୍ୟୋଗପତି ହୋଇଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି । ଅନ୍ୟପଟେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ । ଏଥିପାଇଁ ସନ୍ଧ୍ୟା ୬ରୁ ୭ଟା ଯାଏ ଘରେ ଘରେ ଦୀପ ଜାଳିବାକୁ ଆହ୍ବାନ କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଜିଲ୍ଲା ସ୍ତରରେ ଜିଲ୍ଲା ମଙ୍ଗଳ ଅଧିକାରିଙ୍କ କାର୍ଯ୍ୟାଳୟ ଓ ସେଣ୍ଟ୍ରାଲ ପ୍ରୋଜେକ୍ଟ, ଅଙ୍ଗନବାଡି ଅଫିସରେ ରଙ୍ଗୋଲି କାର୍ଯ୍ୟକ୍ରମ ହେବ ।
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରଡ଼ା ସୁଭଦ୍ରା ଯୋଜନା ବାବଦରେ କହିଛନ୍ତି, ଏହା ଖାଲି ଏକ ଯୋଜନା ନୁହେଁ, ଏଥିରେ ମା’ ସୁଭଦ୍ରାଙ୍କ ଆର୍ଶୀବାଦ ଅଛି । ୨ ବର୍ଷରେ ୨୫ ହଜାର ୮୦୦ କୋଟି ଟଙ୍କାର ମହିଳାଙ୍କ ଖାତାକୁ ସିଧାସଳଖ ସହୟତା ଯାଇଛି । ୨୬ ପ୍ରତିଶତରୁ ଅଧିକ ମହିଳା ଲାଭ ପାଇଛନ୍ତି । ସେପ୍ଟେମ୍ବର ୧୭ରେ ଏହି ଯୋଜନାକୁ ଆମେ ଆରମ୍ଭ କରିଥିଲୁ । ଏହା ଏକ ଫ୍ଲାଗସିପ୍ କାର୍ଯ୍ୟକ୍ରମ । ଆସନ୍ତାକାଲି ସୁଭଦ୍ରା ଯୋଜନାକୁ ୨ ବର୍ଷ ପୁରିବ । ଏହାକୁ ଭବ୍ୟ ଏବଂ ଦିବ୍ୟ ଢଙ୍ଗରେ ପାଳନ କରାଯିବ । ଘରେ ଘରେ ଦୀପ ଜାଳି ସୁଭଦ୍ରା ଜନ୍ମଦିନକୁ ପାଳନ କରିବା ।
