Odia News Portal

ଟିମ୍ ଇଣ୍ଡିଆକୁ କଡ଼ା ସମାଲୋଚନା କଲେ କପିଲ ଦେବ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ଭାରତ ସେମିରେ ନପହଞ୍ଚିବାକୁ ନେଇ ଚାରିଆଡ଼ୁ ଟମ୍କୁ ସମାଲୋଚନା କରାଯାଉଛି । ଆଇପିଏଲ ଯୋଗୁଁ ଭାରତୀୟ ଖେଳାଳୀ ଜାତୀୟ ଖେଳ ଉପରେ ଧ୍ୟାନ ଦେଉ ନାହାନ୍ତି । ଆଇପିଏଲ ବ୍ୟାନ କରିବା ଲାଗି ମଧ୍ୟ କିଛି କ୍ରିକେଟର ଏବଂ ପ୍ରଂଶସକମାନେ ମତପ୍ରକାଶ କରିଛନ୍ତି । ତେବେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ଭାରତକୁ ପ୍ରଥମ ବିଶ୍ୱକପ ଦେଇଥିବା କପିଲ ଦେବ ମଧ୍ୟ ଟିମ୍ ଇଣ୍ଡିଆକୁ ସମାଲୋଚନା କରିଛନ୍ତି । ଭାରତର ପରାଜୟ ଲାଗି କପିଲ ଏଥିପାଇଁ ଆଇପିଏଲକୁ ଦାୟୀ କରିଛନ୍ତି। ସେ କହିଛନ୍ତି, ଯେବେ ଖେଳାଳିମାନେ ଦେଶ ଅପେକ୍ଷା ଆଇପିଏଲରେ ଖେଳିବାକୁ ଅଧିକ ଗୁରୁତ୍ବ ଦିଅନ୍ତି, ତେବେ ଆମେ ଆଉ କ’ଣ କହିପାରିବା? ମୋ ମତରେ ଆଇପିଏଲ ଓ ଟି-୨୦ ବିଶ୍ବକପ୍ ଭିତରେ ଅଳ୍ପ ଗ୍ୟାପ୍ ରହିବା ଦରକାର ଥିଲା। ଭାରତୀୟ ଖେଳାଳିଙ୍କ ମୁଖ୍ୟ ପ୍ରାଧାନ୍ୟ ଏବେ ଆଇପିଏଲ ଖେଳିବା ହୋଇଯାଇଛି । ଦେଶ ପାଇଁ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ସେମାଡ଼େ ଆଉ ଗୁରୁତ୍ବ ଦେଉ ନାହାନ୍ତି।ଏନେଇ ବିସିସିଆଇକୁ ମଧ୍ୟ ଏହି କଥା ଉପରେ ବିଚାର କରିବାକୁ କପିଲ ପରାମର୍ଶ ଦେଇଛନ୍ତି।

କପିଲ ଦେବ୍ କହିଛନ୍ତି, ଖେଳାଳିଙ୍କୁ ପ୍ରଥମେ ଦେଶ ପାଇଁ ଖେଳିବା ଦରକାର, ଦ୍ବିତୀୟରେ ଫ୍ରାଞ୍ଚାଇଜ୍ ଟିମ୍। ମୁଁ ଏହା କହୁନି ଯେ, ଆପଣମାନେ ଫ୍ରାଞ୍ଚାଇଜ୍ ଟିମ୍ ପାଇଁ ନଖେଳନ୍ତୁ, କିନ୍ତୁ ଏବେ ବିସିସିଆଇର ଦାୟିତ୍ବ ସେ ଖେଳାଳିଙ୍କୁ ଭଲ ଭାବରେ ମ୍ୟାନେଜ୍ କରୁ। ଏଭଳି ଭୁଲକୁ ଦୋହରା ନଯାଉ। ଏହି ଟୁର୍ଣ୍ଣାମେଣ୍ଟ ଆମକୁ ବହୁତ ବଡ ଶିକ୍ଷା ଦେଲା ବୋଲି କପିଲ ଦେବ୍ କହିଛନ୍ତି।