Odia News Portal

କେଦାରନାଥ ଧାମରେ ତିଆରି ହେବ ଶିବ ଉଦ୍ୟାନ ଓ ରାସ୍ତାରେ ୪ଟି ଚିନ୍ତନ ସ୍ଥଳ

ପ୍ରଧାନମନ୍ତ୍ରୀ ତୀର୍ଥଯାତ୍ରା ପାଇଁ କେଦାରନାଥ ଘାଟିରେ ଅନେକ ସୁବିଧା କରୁଛନ୍ତି । ଏନେଇ ସେ ନିର୍ମାଣ ଏବଂ ବିକାଶ ଉପରେ ଅଧିକ ଧ୍ୟାନ ଦେଉଛନ୍ତି । ସେଥିପାଇଁ ନରେନ୍ଦ୍ର ମୋଦୀ କେଦାର ଘାଟିରେ ଥିବା ଶିବ ମନ୍ଦିର ପଛପଟେ ଶିବ ଉଦ୍ୟାନ ନିର୍ମାଣ କରିବାକୁ ଯାଉଛନ୍ତି । ଏହା ତୀର୍ଥଯାତ୍ରୀଙ୍କୁ ଦିବ୍ୟତା ଅନୁଭବ କରାଇବ । ସେହିପରି ତୀର୍ଥଯାତ୍ରୀଙ୍କ ବିଶ୍ରାମ ପାଇଁ ଗୌରୀକୁଣ୍ଡରୁ କେଦାରନାଥ ଟ୍ରାକ ପର୍ଯ୍ୟନ୍ତ ୪ଟି ଚିନ୍ତନସ୍ଥଳ ନିର୍ମାଣ କରାଯିବ । ନିର୍ମାଣ କାର୍ଯ୍ୟ ୨୦୨୩ ବର୍ଷ ଜାନୁଆରୀ ମାସରେ ଆରମ୍ଭ ହୋଇ ୮ମାସ ମଧ୍ୟରେ ଶେଷ ହେବାକୁ ଯୋଜନା କରାଯାଇଛି । ଏଥିରେ ନରେନ୍ଦ୍ର ମୋଦୀ ୧୧୮କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯାଉଛନ୍ତି ।

ଗୌରୀକୁଣ୍ଡରୁ କେଦାରନାଥ ଟ୍ରାକ ପର୍ଯ୍ୟନ୍ତ ୧୮ କିମି ରାସ୍ତାରେ ରାମଭାଡ଼ା, ଛୋଟି ଲିନଚୋଲୀ, ବଡ଼ି ଲିନଚୋଲୀ ଏବଂ ଚନ୍ତ୍ରୀ କ୍ୟାପ ପରି ଦର୍ଶନୀୟ ସ୍ଥାନରେ ଚିନ୍ତନ ସ୍ଥଳ ନିର୍ମାଣ କରାଯିବ । ଶିବ ଉଦ୍ୟାନରେ ତୀର୍ଥଯାତ୍ରୀଙ୍କ ପାଇଁ ରଙ୍ଗଭୂମୀ-ଶୈଳୀର ବୈଠକ ସ୍ଥଳୀ କରାଯିବ । ଏପରି ସୁବିଧା କରାଯିବା ଦ୍ୱାରା ତୀର୍ଥଯାତ୍ରୀଙ୍କ ପାଇଁ ଏହା ଅଧିକ ଆରାମଦାୟକ ହେବ । ଏହି ଚାରୋଟି ଚିନ୍ତନ ସ୍ଥଳୀରେ ତୀର୍ଥଯାତ୍ରୀଙ୍କ ପାଇଁ ସଂଗୀତ ଲଗାଯିବ ଏବଂ ଶୋଇବା ପାଇଁ ଜାଗା କରାଯିବ । ଖାଲି ଏତିକି ନୁହେଁ ଶୋଇବା କାନ୍ଥରେ ଏଲଡ଼ି ଟିଭି ଲଗାଯିବ ଯେଉଁଥିରେ କେଦାରନାଥ ମନ୍ଦିରର ଦୃଶ୍ୟ ଦେଖାଯିବ ।

ପ୍ରଧାନମନ୍ତ୍ରୀ କେଦାରନାଥ ଯିବା ସମୟରେ ହାଲିଆ ଅନୁଭବ କରିଥିଲେ । ସେଥିପାଇଁ ସେ ଗୌରୀକୁଣ୍ଡ ରୁ କେଦାରନାଥ କାର ଯିବା ରାସ୍ତା ୯.୭ କିମି ଥିଲା । ତାକୁ ଠିକ କରାଯାଇଛି, ତେବେ ରାସ୍ତାରେ ଯିବା ପାଇଁ ଯେଉଁଠି ୬ ରୁ ୭ ଘଣ୍ଟା ଲାଗୁଥିଲା ତାହା ବର୍ତ୍ତମାନ ମାତ୍ର ୩୦ ମିନିଟ ଲାଗୁଛି ।