Odia News Portal

୫ ବିଧାୟକଙ୍କୁ ତାଲା ପକାଇଲେ ସାମ୍ବାଦିକ

କେନ୍ଦ୍ରାପଡ଼ା: ମହିଳା ପୋଲିସ କନେଷ୍ଟବଳ ସାମ୍ବାଦିକଙ୍କୁ ଆକ୍ରମଣ କରିବା ଘଟଣା । ତାତିଛନ୍ତି କେନ୍ଦ୍ରାପଡ଼ା ସାମ୍ବାଦିକ ସଂଘ । ୫ଜଣ ବିଧାୟକଙ୍କୁ ତାଲା ପକାଇଲେ ସାମ୍ବାଦିକ । ତେବେ ଏହି ୫ଜଣ ବିଧାୟକଙ୍କ ମଧ୍ୟରେ ଅଛନ୍ତି ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସଚି ନାୟକ, ରାଜନଗର ବିଧାୟକ ଧ୍ରୃବ ସାହୁ, କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରା, ସାବିତ୍ରି ଅଗ୍ରୱାଲ । ଏମାନଙ୍କୁ ସଦାମ୍ବାଦିକମାନେ ଅଟକ ରଖିଥିବା ବେଳେ ସଦ୍ୟ ସୂଚନା ମୁତାବକ ସେମାନେ ଖସି ଯାଇଛନ୍ତି । ସୂଚନା ଥାଉକି, ମହିଳା କନେଷ୍ଟବଳ ଗତକାଲି ସାମ୍ବାଦିକଙ୍କୁ ମାଡ଼ ମାରିଥିବା ଭିଡ଼ିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା । ଯାହାକୁ ନେଇ ସାଧାରଣରେ ନିନ୍ଦା କରାଯାଇଛି । ଆଜି କେନ୍ଦ୍ରାପଡ଼ା ସାମ୍ବାଦିକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।