Odia News Portal

ଫ୍ୟାମିଲି କୋର୍ଟରେ ହାଜର ବର୍ଷା-ଅନୁଭବ

ମାମଲା ସ୍ଥାନାନ୍ତର ପରେ ଆଜି ପ୍ରଥମ ଥର ପାଇଁ ଅନୁଭବ ଏବଂ ବର୍ଷା ଫ୍ୟାମିଲି କୋର୍ଟରେ ହାଜର

କଟକ: ଫ୍ୟାମିଲି କୋର୍ଟରେ ହାଜର ହେଲେ ଅଭିନେତ୍ରୀ ବର୍ଷା ଓ ସାଂସଦ ଅନୁଭବ ମହାନ୍ତି । ପାରିବାରିକ କଳହ ମାମଲା ଦିଲ୍ଲୀରୁ କଟକ ଫ୍ୟାମିଲି କୋର୍ଟ ସ୍ଥାନାନ୍ତର ହେବାପରେ ଆଜି ହାଜର ହୋଇଥିଲେ ବର୍ଷା ଓ ଅନୁଭବ । ଏନେଇ ପୂର୍ବରୁ ଦୁହିଁଙ୍କୁ ନୋଟିସ୍ ଜାରି କରାଯାଇଥିବାବେଳେ ଆଜି ଉଭୟେ କୋର୍ଟରେ ହାଜର ହୋଇଛନ୍ତି ।

ସୂଚନା ଅନୁଯାୟୀ, ପାରିବାରିକ ବିବାଦ ମାଲାରେ ପତ୍ନୀ ବର୍ଷା କଟକ ଫ୍ୟାମିଲି କୋର୍ଟରେ ଆବେଦନ କରିଥିବା ସମୟରେ ଅନୁଭବ ଦିଲ୍ଲୀ ପଟିଆଲା କୋର୍ଟରେ ଆବେଦନ କରିଥିଲେ । ପରେ ଏହି ପାରିବାରିକ କେସକୁ କଟକ ସ୍ଥାନାନ୍ତର ନେଇ ମଧ୍ୟ କୋର୍ଟର ଦ୍ବାରସ୍ଥ ହୋଇଥିଲେ ବର୍ଷା । ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ମାମଲା କଟକ ସ୍ଥାନାନ୍ତର ହୋଇଥିଲା । ମାମଲା କଟକ ସ୍ଥାନାନ୍ତର ପରେ ଆଜି ପ୍ରଥମ ଥର ପାଇଁ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀ ଫ୍ୟାମିଲି କୋର୍ଟରେ ହାଜର ହୋଇଛନ୍ତି । ପ୍ରଥମେ ଅଭିନେତ୍ରୀ ବର୍ଷା ଆସି ପହଁଚିବାର କିଛି ସମୟ ପରେ ସାଂସଦ ଅନୁଭବ ମହାନ୍ତି ଆସି ଫ୍ୟାମିଲି କୋର୍ଟରେ ପହଁଚି ଥିଲେ |