Odia News Portal

କିଶୋର ପଟେଲ ହେଲେ କଂଗ୍ରେସର ପ୍ରାର୍ଥୀ

ବ୍ରଜରାଜନଗର ଉପନିର୍ବାଚନ ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା କରାଯାଇଛି। କିଶୋର ଚନ୍ଦ୍ର ପଟେଲଙ୍କୁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ କରାଯାଇଛି।  ଏ ନେଇ ଏଆଇସିସି ପକ୍ଷରୁ ଘୋଷଣା କରାଯାଇଛି।  ପ୍ରେସ ବିଜ୍ଞପ୍ତିରେ ସାଧାରଣ ସମ୍ପାଦକ ମୁକୁଳ ଓ୍ବାସନିକ ସୂଚନା ଦେଇଛନ୍ତି। କିଶୋର ଚନ୍ଦ୍ର ପଟେଲ ପୂର୍ବରୁ ବିଧାନସଭା ବାଚସ୍ପତି  ରହିଥିଲେ ।

ସୂଚନାଯୋଗ୍ୟ ଯେ  ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ମୃତ୍ୟୁ ପରେ ଏଠାରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି।  ଏଥିପାଇଁ ୪ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ମେ ୧୧ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ ହୋଇପାରିବ। ମେ ୩୧ରେ ଭୋଟ ଗ୍ରହଣ ହେବ। ଜୁନ ୩ ତାରିଖରେ ଭୋଟ ଗଣତି ହେବ।