Odia News Portal

ଆଇପିଏଲରେ କରୋନା ଗ୍ରହଣ,୨ ଖେଳାଳୀ ପଜିଟିଭ୍

ମୁମ୍ବାଇ: ଆଇପିଏଲରେ ଆତଙ୍କ ଖେଳାଉଛି କରୋନା ସଂକ୍ରମଣଙ୍କ । କୋଲକାତା ନାଇଟ ରାଇଡର ରାଇଡର୍ସର ୨ ଜଣ ଖେଳାଳୀ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଚିନ୍ତା ବଢିଛି । ସୋମବାର କୋଲକାତା ଏବଂ ବେଙ୍ଗାଲୁରୁ ମଧ୍ୟରେ ହେବାକୁ ଥିବା ମ୍ୟାଚକୁ ବାତିଲ କରାଯାଇଛି । ଏହି ମ୍ୟାଚ ସ୍ଥଗିତ ରଖାଯାଇଛି ଏବଂ ପୁନଶ୍ଚ କେବେ ଖେଳାଯିବ ସେ ନେଇ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ ।

ସୂଚନା ଅନୁଯାୟୀ,କୋଲକାତା ନାଇଟ ରାଇଡର୍ସର ଦୁଇ ଜଣ ଖେଳାଳି କରୋନା ପିଜିଟିଭ ଚିହ୍ନଟ ହେବା ପରେ ମ୍ୟାଚ ବାତିଲ ନିଷ୍ପତି ନିଆଯାଇଛି । କେକେଆରର ଦୁଇ ଜଣ ଖେଳାଳି ବରୁଣ ଚକ୍ରବର୍ତି ଓ ସନ୍ଦୀପ ୱାରିଅର ସଂକ୍ରମିତ ଚିହ୍ନଟ ହୋଇଥିବା ଏଏନଆଇ ଟୁଇଟ କରି ସୂଚନା ଦେଇଛି । ଉଭୟ ଖେଳାଳୀଙ୍କୁ ଏବେ ଆଇସୋଲେସନରେ ରଖାଯାଇଛି । ମେଡିକାଲ ଟିମ ଲଗାତାର ଭାବେ ସେମାନଙ୍କ ଉପରେ ନଜର ରଖିଛନ୍ତି । ତେବେ ଟିମର ବାକି ସମସ୍ତ ଖେଳାଳୀଙ୍କ ରିପୋର୍ଟ ନେଗେଟିଭ ଆସିଛି ।