Odia News Portal

ଉତ୍ତରକାଶୀରେ ପ୍ରବଳ ବର୍ଷାରୁ ଭୂସ୍ଖଳନ, ଗଙ୍ଗୋତ୍ରୀରେ ଯୋଗାଯୋଗ ବିଚ୍ଛିନ୍ନ

ଉତ୍ତରାଖଣ୍ଡ ଉତ୍ତରକାଶୀରେ ବାଦଲ ଫଟା ବର୍ଷା ଫଳରେ ସ୍ଥିତି ଅଣାୟତ୍ତ ହୋଇଛି । ପ୍ରବଳ ବର୍ଷାରେ ଗଙ୍ଗା ଘାଟିରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ପାହାଡ଼ରୁ ବଡ଼ବଡ଼ ପଥର ଖଣ୍ଡ ଖସି ଗଙ୍ଗୋତ୍ରୀ ଜାତୀୟ ରାଜପଥ ହେଗ୍ଲୁଗାଡ ଏବଂ ସୁନାଗରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଫଳରେ ଦେଢ ହଜାରରୁ ଉର୍ଦ୍ଧ୍ବ ତୀର୍ଥଯାତ୍ରୀ ଫସି ରହିଛନ୍ତି। ସେମାନଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତରିତ କରାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।