Odia News Portal

ଓମିକ୍ରନ ପରେ ବ୍ରିଟେନରେ ଚିନ୍ତା ବଢ଼ାଇଲା ଆଉ ଏକ ନୂଆ ଭାଇରସ

ବ୍ରିଟେନରେ ଓମିକ୍ରନ ସଂକ୍ରମଣ କମୁଥିବା ବେଳେ ଚିନ୍ତା ବଢ଼ାଇଲା ଆଉ ଏକ ନୂଆ ଭାଇରସ । ମାରାତ୍ମକ ଲାସା ଜ୍ୱରକୁ ନେଇ ଉଦ୍ବେଗ । ବ୍ରିଟେନରେ ଭୂତାଣୁ ଜନିତ ଲାସା ଜ୍ୱରରେ ୩ ଜଣ ସଂକ୍ରମିତ ହୋଇଥିବା ବେଳେ ଜଣଙ୍କ ମୃତ୍ୟୁ ଘଟିଛି । ପଶ୍ଚିମ ୟୁରୋପୀୟ ରାଷ୍ଟ୍ରରୁ ଆସୁଥିବା ଯାତ୍ରୀଙ୍କ ଦ୍ୱାରା ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି । ଲାସା ଜ୍ୱରରେ ପୀଡ଼ିତଙ୍କ ମଧ୍ୟରୁ ୮୦ ପ୍ରତିଶତ କେସ୍ରେ କୌଣସି ଲକ୍ଷଣ ପ୍ରକାଶ ପାଉନାହିଁ ।
ଗୁରୁତର ଅସୁସ୍ଥତା ପାଇଁ ରୋଗୀଙ୍କୁ ହସପିଟାଲରେ ଭର୍ତ୍ତି କରାଯାଉଛି । ସେଭିତରୁ ୧୫ ପ୍ରତିଶତଙ୍କ ମୃତ୍ୟୁ ଘଟୁଥିବା ୟୁରୋପିଆନ ସେଣ୍ଟର ଫର୍ ଡିଜିଜ ପ୍ରିଭେନସନ ଆଣ୍ଡ କଣ୍ଟ୍ରୋଲ ପ୍ରାଇମେରୀ ଆନାଲିସିସରୁ ଜଣାପଡ଼ିଛି । ୧୯୬୯ ମସିହାରେ ପ୍ରଥମେ ଲାସା ଜ୍ୱର ରୋଗୀ ଚିହ୍ନଟ ହୋଇଥିଲେ । ସିଏରା, ଲିଓନେ,ଲାଇବେରିଆ, ନାଇଜେରିଆରେ ମୂଷା ଦ୍ୱାରା ଏହି ଲାସା ଭୂତାଣୁ ଜ୍ୱର ବ୍ୟାପିଥିଲା । ଘରର ବିଭିନ୍ନ ସାମଗ୍ରୀରେ ସଂକ୍ରମିତ ମୂଷାର ମୂତ୍ର ଓ ମଳ ଦ୍ୱାରା ଲୋକମାନେ ଲାସା ଜ୍ୱରରେ ପୀଡ଼ିତ ହୁଅନ୍ତି । କିଛି କ୍ଷେତ୍ରରେ ସଂକ୍ରମିତ ବ୍ୟକ୍ତିଙ୍କ ଲାଳ ସଂସ୍ପର୍ଶରେ ଆସିଲେ ମଧ୍ୟ ସଂକ୍ରମଣ ବ୍ୟାପେ । ସଂକ୍ରମଣର ଦୁଇ ସପ୍ତାହ ପରେ ପୀଡ଼ିତଙ୍କ ଏକାଧିକ ଅଙ୍ଗ ଅଚଳ ହୋଇପଡ଼ିବାରୁ ମୃତ୍ୟୁ ଘଟୁଛି । କିଛି କେସ୍ରେ ଲୋକମାନେ ବଧିର ହୋଇଯାଉଛନ୍ତି ବୋଲି ଅନୁଧ୍ୟାନରୁ ଜଣାପଡ଼ିଛି ।