Odia News Portal

ପଞ୍ଚଭୂତରେ ବିଲିନ ହେଲେ ମିଲଖା

ଚଣ୍ଡିଗଡ଼: ପଞ୍ଚଭୂତରେ ବିଲିତ ହୋଇଛନ୍ତି ଆଥଲେଟ୍ ମିଲଖା ସିଂ । ଚଣ୍ଡିଗଡ଼ର ମଟକା ଚୈକରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଏହି ଅବସରରେ କ୍ରୀଡ଼ାମନ୍ତ୍ରୀ କିରଣ ରିଜ୍ଜୁ, ପଞ୍ଜାବ ରାଜ୍ୟପାଳ ଭିପି ସିଂ ବାଦନୋର ଓ ହରିୟାଣା କ୍ରିଡ଼ାମନ୍ତ୍ରୀ ସନ୍ଦୀପ ସିଂ ପ୍ରମୁଖ ଉପସ୍ଥିତ ଥିଲେ । ଏକ ଭାବ ବିହ୍ୱଳ ପରିବେଶରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

ସୂଚନା ଥାଉକି, ଉଡ଼ନ୍ତା ଶିଖ୍ ଭାବେ ସାରା ବିଶ୍ୱରେ ପରିଚିତ ଥିଲେ ମିଲଖା ସିଂ । ଭାରତକୁ ଅଲମ୍ପିକରେ ଦୁଇ ଦୁଇଥର ପ୍ରତିନିଧିତ୍ୱ କରିଛନ୍ତି ଏହି କିମ୍ବଦନ୍ତୀ ଆଥଲେଟର । ତାଙ୍କର ସଙ୍ଘର୍ଷମୟ କାହାଣୀ ସମସ୍ତଙ୍କୁ ବେଶ ଭଲ ଭାବରେ ଜଣା । ମିଲଖାଙ୍କ ଜୀବନୀକୁ ନେଇ ନିର୍ମାଣ ହୋଇଥିବା ଫିଲ୍ମ ବେଶ ସୁପରହିଟ୍ ହୋଇଥିଲା । ତେବେ ନିଜର ବାୟୋପିକ ଲାଗି ମାତ୍ର ୧ଟଙ୍କା ନେଇଥିଲେ ମିଲଖା । କରୋନାରେ ଆକ୍ରାନ୍ତ ହୋଇ ଚଣ୍ଡିଗଡ଼ରେ ଚିକତ୍ସିତ ହେଉଥିଲେ । ତାଙ୍କ ପତ୍ନୀଙ୍କର ୫ଦିନ ତଳେ ମୃତ୍ୟୁ ହୋଇଥିବା ବେଳେ ଆଜି ଗତକାଲି ବିଳମ୍ବିତ ରାତିରେ ତାଙ୍କ ବିୟୋଗ ହୋଇଥିଲା ।