ବିଳମ୍ବିତ ରାତ୍ରରେ ମା ମଙ୍ଗଳା ତୀରକମାଣ ବେଶ ରେ ଦର୍ଶନ ଦେଲେ। ଆଜି ମା ଙ୍କ କାର୍ତିଖର୍ପର ବା କାର୍ତାୟିନୀ ବେଶ ରାତିରେ ଅନୁଷ୍ଠିତ ହେବ By Swadhikar News Last updated Sep 27, 2025 ବିଳମ୍ବିତ ରାତ୍ରରୁ ପୁରୀ ଜିଲ୍ଲା କାକଟପୁର ଅଧିତାଷ୍ଟି ଦେବୀ ମା ମଙ୍ଗଳା ତୀରକମାଣ ବେଶରେ ଦର୍ଶନ ଦେଉଛନ୍ତି। ଚଳଚଞ୍ଚଳ ମା ମଙ୍ଗଳା ଙ୍କ ପୀଠ। ପୁରୀ ଜିଲ୍ଲା କାକଟପୁର ପ୍ରାଚୀ ତଟ ବାସିନୀ ମା ମଙ୍ଗଳା ଙ୍କ ପୀଠରେ ଚାଲିଛି ଷୋଡଶ ଦିନାତ୍ମକ ପୂଜା। ପରମ୍ପରା ଅନୁସାରେ ପ୍ରତ୍ୟହ ଭୋର ୪ଟାରୁ ସ୍ୱତନ୍ତ୍ର ପୂଜା ହୁଏ। ସୋମବାର ଠାରୁ ନବଦିନାତ୍ମକ ପୂଜା ଅବା ଗୁପ୍ତ ନୀତି ଆରମ୍ଭ ହୋଇଛି। ନବପତ୍ରିକା ପଞ୍ଚମ ଦିନରେ ମା ବିଳମ୍ବିତ ରାତ୍ର ରୁ ମା’ଙ୍କ ଭୁଜଲାଗି, ତୀରକମାଣ ବେଶ ଓ ନାଲି ବସ୍ତ୍ର ପରିଧାନ କରି ଶ୍ରଦ୍ଧାଳୁ ଙ୍କୁ ଦର୍ଶନ ଦେଉଛନ୍ତି। ଆଜି ନବରାତ୍ରିର ଷଷ୍ଠ ଦିନ। ଶାସ୍ତ୍ର ଅନୁସାରେ ଆଦି ଶକ୍ତି ମା ଦୁର୍ଗାଙ୍କୁ କାର୍ତାୟିନୀ ରୂପରେ ପୂଜା କରାଯାଏ। ମାତାଙ୍କ ଅଲୌକିକ ତେଜ ଏବଂ ପ୍ରତାପରେ ରୋଗ, ଶୋକ, ସଂତାପ୍, ଭୟ ବିନାଶ ହୋଇଥାଏ। ମା’କାର୍ତାୟିନୀ ଚତୁଭୁର୍ଜା ହୋଇଥିବା ବେଳେ, ଦୁଇ ହାତରେ କମଳ ଓ ଖଣ୍ଡାଧରୀ ବସିଥାନ୍ତି, ଆଉ ଅନ୍ୟ ଦୁଇ ହାତରେ ଜଗତର ମଙ୍ଗଳ ପାଇଁ ଆଶୀର୍ବାଦ ଦେଉଛନ୍ତି। ମାତା କାର୍ତାୟିନୀ ମହିଷାସୁର କୁ ବଦ୍ଧ କରିଥିଲେ। ସେଥିପାଇଁ ତାଙ୍କୁ ପାପୀ, ଅସୁର, ଦାନଵ ଙ୍କୁ ନାଶ କରୁଥିବା ଦେବୀ ବୋଲି କୁହାଯାଏ। ଆଜି ବିଳମ୍ବିତ ରାତ୍ର ରେ ନବରାତ୍ର ର ଷଷ୍ଠ ଦିନରେ ମା’ମଙ୍ଗଳା କାର୍ତିଖର୍ପର ବେଶ ବା କାର୍ତାୟିନୀ ବେଶ ଓ କଳା ବସ୍ତ୍ର ପରିଧାନ କରି ଶ୍ରଦ୍ଧାଳୁ ଙ୍କୁ ଦର୍ଶନ ଦେବେ। ଦେବୀ ପକ୍ଷର ପ୍ରଥମ ନଅଦିନ ଦେବୀ ୯ ଟି ଭିନ୍ନ ଭିନ୍ନ ନାମ ଓ ରୂପରେ ପୂଜିତ ହୁଅନ୍ତି। ନବଦିନାତ୍ମକ ପୂଜାର ଷଷ୍ଠ ଦିନରେ ଆଜି ବିଳମ୍ବିତ ରାତ୍ର ରେ ମା ମଙ୍ଗଳା କାର୍ତାୟିନୀ ବେଶ ଅନୁଷ୍ଠିତ ହେବ। swadhikarswadhikar news Share