Odia News Portal

ରାଜ୍ୟରେ ଟୀକା ଅଭାବ : ୧୫ ଲକ୍ଷ ଦେବାକୁ କେନ୍ଦ୍ରକୁ ଚିଠି

ଭୁବନେଶ୍ୱର : ରାଜ୍ୟରେ କୋଭିଡ ଟିକାର ଗୁରୁତର ଅଭାବ ଦେଖାଦେଇଥିବାବେଳେ ତୁରନ୍ତ ୧୫ଲକ୍ଷ ଡୋଜ୍‌ ଟିକା ପଠାଇବାକୁ ରାଜ୍ୟ ସରକାର କେନ୍ଦ୍ରକୁ କହିଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ଏହି ମର୍ମରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ରାଜେଶ ଭୂଷଣଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।
ରାଜ୍ୟ ସରକାରଙ୍କ ନିକଟରେ ଯେତିକି କୋଭିଡ-୧୯ ଟିକା ରହିଛି ତାହା ଆଉ ମାତ୍ର ୨ଦିନ ଯିବ । ଶ୍ରୀ ମହାପାତ୍ର ଦର୍ଶାଇଛନ୍ତି ଯେ ଏପ୍ରିଲ ୫ତାରିଖ ସକାଳ ୮ଟା ସୁଦ୍ଧା ରାଜ୍ୟରେ ୭,୫୦,୯୮୦ ଟିକା ଉପଲବ୍ଧ ଥିବାବେଳେ ଏଥି ମଧ୍ୟରୁ ୬,୦୨,୪୩୦ କୋଭିସିଲ୍ଡ ଓ ୧,୪୮,୫୫୦ କୋଭାକ୍ସିନ ଟିକା ରହିଛି । ରାଜ୍ୟରେ ଦୈନିକ ହାରାହାରି ୨ଲକ୍ଷ ଟିକାକରଣ ହେଉଥିବାବେଳେ କୋଭିସିଲ୍ଡ ଟିକାର ଗୁରୁତର ଅଭାବ ଦେଖାଦେଇଛି । ମାତ୍ର ଦୁଇଦିନ ପାଇଁ ଏହି ଟିକା ମହଜୁଦ ରହିଛି ।

ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତୁରନ୍ତ ଓଡିଶାକୁ ୧୫ଲକ୍ଷ ଡୋଜ୍‌ ଟିକା ଯୋଗାଣ ପାଇ କୁହାଯାଇଛି । ଅନ୍ୟ ପକ୍ଷରେ ଏପ୍ରିଲ ୬ତାରିଖ ଦିନ ୨ଟାସୁଦ୍ଧା ରାଜ୍ୟରେ ୩,୪୯,୧୩୦ ଡୋଜ୍‌ କୋଭିସିଲ୍ଡ ପହଞ୍ଚିବାର ଆଶ୍ୱାସନା ଦିଆଯାଇଛି ଯାହାକି ଦୁଇ ଦିନ ପାଇଁ ପର୍ଯ୍ୟାପ୍ତ ନୁହେଁ । ଶ୍ରୀ ମହାପାତ୍ର ଦର୍ଶାଇଛନ୍ତି ଯେ ଓଡିଶାରେ ନଷ୍ଟ ହେଉଥିବା ଟିକାର ପରିମାଣ ମାଇନସ ୦.୫ ପ୍ରତିଶତ ରହିଛି ଯାହାକି ସମଗ୍ର ଦେଶରେ ସବୁଠାରୁ କମ୍‌ । ତଦନୁଯାୟୀ ରାଜ୍ୟ ସରକାର ଓଡିଶାକୁ ୧୫ଲକ୍ଷ କୋଭିସିଲ୍ଡ ଟିକା ତୁରନ୍ତ ଯୋଗାଇଦେବାକୁ ଅନୁରୋଧ କରିଛନ୍ତି ।
ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିଦେ୍ର୍ଦଶକ ବିଜୟ ପାଣିଗ୍ରାହୀ କହିଛନ୍ତି, ଯିଏ ଛତିଶଗଡ଼ରୁ ଅ ।ସୁଛନ୍ତି, ସେମାନଙ୍କର ଟେଷ୍ଟିଂ ଓ ଟ୍ରେସିଂ କରାଯାଉଛି । ସୀମାବର୍ତ୍ତୀ ଜିଲ୍ଲାରେ ସଂକ୍ରମଣ ବଢୁଥିବାରୁ ସେଥିପ୍ରତି ରାଜ୍ୟ ସରକାର ଅ ।ଲର୍ଟ ଅଛନ୍ତି । ଅ ।ବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ ନିଦେ୍ର୍ଦଶ ଦିଅ ।ଯାଇଛି । ସଂକ୍ରମଣ ବଢୁଥିବା ସୀମାନ୍ତ ଜିଲ୍ଲାରେ ଟିକାକରଣକୁ ତ୍ୱରାନ୍ୱିତ କରିବାକୁ ନିଦେ୍ର୍ଦଶ ଦିଅ ।ଯାଇଛି । ରାଜ୍ୟରେ ଏକ କୋଟି ୧୬ ଲକ୍ଷ ଲୋକଙ୍କୁ ଟିକାକରଣ ଟାର୍ଗେଟ ଅଛି । ଏବେ ସୁଦ୍ଧା ୩୩ ଲକ୍ଷ ୪ ହଜାର ୭୩୨ ଜଣଙ୍କୁ ଟିକା ଦିଅ ।ଯାଇଛି ।