Odia News Portal

ଭକ୍ତଙ୍କ ପାଇଁ ଲିଙ୍ଗରାଜ ମନ୍ଦିର ବନ୍ଦ

୪ ସେବାୟତ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ସାଧାରଣ ଶ୍ରଦ୍ଧାଳୁଙ୍କ ପାଇଁ ଲିଙ୍ଗରାଜ ମନ୍ଦିର ଦର୍ଶନ ବନ୍ଦ ହୋଇଛି । କିଛି ସେବାୟତ କରୋନା ସଂକ୍ରମିତ ହେବା ପରେ ସାଧାରଣ ଶ୍ରଦ୍ଧାଳୁଙ୍କ ପ୍ରବେଶକୁ ବନ୍ଦ କରିଦିଅ ।ଯାଇଛି । କିନ୍ତୁ ପୂର୍ବ ପରି ଲିଙ୍ଗରାଜ ମନ୍ଦିରରେ ସେବାୟତ ମାନଙ୍କ ଦ୍ୱାରା ନୀତିକାନ୍ତି ଜାରି ରହିବ । ପରବର୍ତ୍ତୀ ନିଦେ୍ର୍ଦଶ ଯାଏଁ ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ପ୍ରବେଶ ବନ୍ଦ ରହିବ ବୋଲି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ସୂଚନା ଦିଅ ।ଯାଇଛି ।

ଗତକାଲି ୬୦ ଜଣ ସେବାୟତଙ୍କ ନମୁନା ପରୀକ୍ଷା କରାଯାଇଥିଲା । ସେଥିରୁ ୪ ଜଣ ସେବାୟତ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅ ।ଜି ୧୮୫ ଜଣ ସେବାୟତଙ୍କ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି । ବିଏମସି ପକ୍ଷରୁ କୁହାଯାଇଛି ଯେ, ପୂର୍ବରୁ ନିର୍ଦ୍ଧାରିତ ଅଶୋକାଷ୍ଟମୀ ଅ।ୟୋଜନ ହେବ । ଲିଙ୍ଗରାଜ ମନ୍ଦିର ପ୍ରଶାସନ ଦ୍ୱାରା
ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରାର ପରି·ଳନା କରାଯିବ ।

ସୂଚନାଯୋଗ୍ୟ, ରାଜଧାନୀରେ ବିଗତ କିଛି ଦିନ ହେବ କରୋନା ଅ ।କ୍ରାନ୍ତଙ୍କ ସଂଖ୍ୟା ୩୦୦ ଉପରେ ରହୁଛି । ଅ ।ଜି ୩୩୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥି ସହିତ ଭୁବନେଶ୍ୱରରେ କରୋନା ଅ ।କ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୩୫ ହଜାର ୬୭୯ରେ ପହଂଚିଛି । ଅ ।ଜି କରୋନାରୁ ୧୨୬ ଜଣ ସୁସ୍ଥ ହୋଇଛନ୍ତି । ଏଥି ସହିତ ସୁସ୍ଥଙ୍କ ସଂଖ୍ୟା ୩୨ ହଜାର ୮୮୧ରେ ପହଂଚିଛି । ଭୁବନେଶ୍ୱରରେ କରୋନା ଯୋଗୁଁ ୨୫୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ୨ହଜାର ୫୨୭ ଜଣ ସକ୍ରିୟ ଅ ।କ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି ।