Odia News Portal

ବୁର୍ଲା ମେଡିକାଲରେ ସିସିଟିଭିରେ କଏଦ ହେଲା ସିକ୍ୟୁରିଟି ଗାର୍ଡ ଗାଡ଼ି ଚୋରି କରୁଥିବାର ଦୃଶ୍ୟ

ସମ୍ବଲପୁର: ବାଡ଼ ଯେତେବେଳେ ଫସଲ ଖାଇବ ସେତେବେଳେ ଫସଲର କିଏ ବା ସାହା ହେବ । ଆଜ୍ଞା ହଁ ସୁରକ୍ଷା ଦାୟିତ୍ୱରେ ଥିବା ସିକ୍ୟୁରିଟି ଗାର୍ଡ ଗାଡ଼ି ଚୋରି କରିଥିବା ଅଭିଯୋଗ ହୋଇଛି । ତେବେ ଚୋରି କରୁଥିବାର ଭିଡିଓ ସିସିଟିଭରେ କଏଦ ହୋଇଛି । ସମ୍ବଲପୁର ବୁର୍ଲା ମେଡିକାଲରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ । ଜଣେ ରୋଗୀଙ୍କ ସମ୍ପକୀୟଙ୍କ ଗାଡ଼ି ଚୋରି ହୋଇଥିବା ଅଭିଯୋଗ ହେବା ପରେ ସତ୍ୟାସତ୍ୟ ପଦାରେ ପଡ଼ିଛି । ଅଭିଯୁକ୍ତ ସିକ୍ୟୁରିଟି ଗାର୍ଡକୁ ପୋଲିସ ଅଟକ ରଖି ପଚରା ଉଚରା କରୁଛି । ସେପଟେ ପୂର୍ବରୁ ମଧ୍ୟ ଅନେକ ଗାଡ଼ି ଚୋରି ହୋଇଥିବା ଅଭିଯୋଗ ହୋଇଛି । ତେବେ ସେହିସବୁ ଗାଡ଼ି ଚୋରିରେ ସିକ୍ୟୁରିଟି ଗାର୍ଡଙ୍କ ସମ୍ପୃକ୍ତି ଅଛି କି ନାହିଁ ତାକୁ ନେଇ ଲାଗି ରହିଛି ସସପେନ୍ସ ।