Odia News Portal

ସ୍ୱାଧିନତା ଦିବସରେ ସରପଞ୍ଚଙ୍କୁ ତାଲା ପକାଇଲେ ଲୋକେ

କେନ୍ଦୁଝର: ଆଜି ହେଉଛି ୭୫ତମ ସ୍ୱାଧିନତା ଦିବସ । ସବୁଠି ଉତ୍ସବର ମାହୋଲ । କରୋନା କଟକଣା ମଧ୍ୟରେ ଶିକ୍ଷାନୁଷ୍ଠାନଠାରୁ ଆରମ୍ଭ କରି ସରକାରୀ ଅଫିସ ସବୁଠି ଉଡିଛି ପତାକା । ତେବେ ଏହାରି ଭିତରେ ଦେଖିବାକୁ ମିଳିଛି ଏକ ଦୁର୍ଭାଗ୍ୟଜନକ ଖବର । ସରପଞ୍ଚଙ୍କୁ ତାଲା ପକାଇଲେ ଲୋକେ । କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ସିରିଗିଡ଼ା ପଞ୍ଚାୟତର ସରପଞ୍ଚଙ୍କୁ ତାଲା ପକାଇଛନ୍ତି ସ୍ଥାନୀୟ ଲୋକେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତାକୁ ନେଇ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ସରପଞ୍ଚ ଏବଂ ଭିଲଡବ୍ଲ୍ୟୁଙ୍କ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ଶୁଣିନଥିଲେ । ଶେଷରେ ଲୋକେ ବାଧ୍ୟ ହୋଇ ତାଲା ପକାଇଛନ୍ତି ।