Odia News Portal

ପୁଣି ଚିନରେ କରୋନା ଆତଙ୍କ

ପୁଣି ଡରାଇଲାଣି କରୋନା ଭାଇରସ । ଗତ ୨୪ ଘଣ୍ଟାରେ ଦେଶରେ ୧୩ ଲକ୍ଷରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହେଲେଣି । ୩୫୭୯ ଲୋକଙ୍କ ମୃତ୍ୟୁ ହୋଇଛି । ବିଶେଷକରି ଚୀନରେ ଏବେ ପୁଣି ବଢିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା । ରବିବାର ଦିନକରେ ୩୧୦୦ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ବଢୁଥିବା ସଙ୍କ୍ରମଣକୁ ଦୃଷ୍ଟିରେ ରଖି ଚୀନରେ ଲକଡାଉନ୍ ଘୋଷଣା କରାଯାଇଛି । କିଛି ସ୍ଥାନରେ ସ୍କୁଲ ମଧ୍ୟ ବନ୍ଦ କରି ଦିଆଯାଇଛି ।