Odia News Portal

ପୁଣି ମୋ ବସରୁ ଲୁଟ

ପୁଣି ଆଜି ମୋ ବସରୁ ଚୋରି ହୋଇଛି । ୨ ଜଣ ଛାତ୍ରୀଙ୍କ ମୋବାଇଲ ଲୁଟ ହୋଇଛି । ରାଜଧାନୀର ଏକ ପ୍ରତିଷ୍ଠିତ କଲେଜର ୨ ଛାତ୍ରୀଙ୍କ ମୋବାଇଲ ଲୁଟ୍ । ଲେଡି ଲୁଟେରୀ ୨ ଛାତ୍ରୀଙ୍କ ମୋବାଇଲ ଲୁଟ କରିଥିବା ସନ୍ଦେହ ।ଲୁଟର ଶିକାର ହୋଇଥିବା ୨ ଛାତ୍ରୀ ଥାନାରେ ଅଭିଯୋଗ କରିଛନ୍ତି । କାଲି ମୋ ବସରେ ଜଣେ କ୍ୟାନସର ରୋଗୀଙ୍କ ଠାରୁ ୧୫ ହଜାର ଲୁଟ ହୋଇଥିଲା । ଆଗରୁ ମଧ୍ୟ ମୋ ବସ ରୁ ଲୁଟ ହୋଇଥିବା ଅଭିଯୋଗ ହୋଇଛି ।