Odia News Portal

ମେଡିସିନ କିଣିବା ବାହାନାରେ ଦୋକାନରୁ ଲୁଟ୍

ଭୁବନେଶ୍ୱରରେ ମେଡିସିନ ଦୋକାନରୁ ଲୁଟ୍‌ । ଔଷଧ ଦୋକାନରୁ ମେଡିସିନ କିଣିବା ବାହାନାରେ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ୩ ଜଣ ଲୁଟେରା ଔଷଧ ଦୋକାନରୁ ୪୯ ହଜାର ଟଙ୍କା ଲୁଟିନେଇଯାଇଥିବା ଅଭିଯୋଗ ହୋଇଛି । ଏହି ଲୁଟ୍ ଘଟଣା ନୟାପଲ୍ଲୀ ଆଇଆରସି ଭିଲେଜରେ ଥିବା ବୃନ୍ଦାବନ ମେଡିସିନ ଷ୍ଟୋର ରେ ଘଟିଛି।
ଶୁକ୍ରବାର ଦ୍ୱିପ୍ରହର ସମୟରେ ୩ ଜଣ ଦୁର୍ବୃତ୍ତ ମେଡିସିନ କିଣିବାକୁ ଆସି ଦୋକାନରୁ ୪୯ ହଜାର ଟଙ୍କା ଲୁଟି ନେଇଛନ୍ତି । ଦୁର୍ବୃତ୍ତ ଦୋକାନ ଭିତରେ ପଶି ଟଙ୍କା ଲୁଟି ନେଇଥିବା ସିସିଟିଭିରେ କଏଦ ହୋଇଛି । ଦୋକାନରେ ପଶି ଲୁଟ ମାମଲାରେ ଦୋକାନୀ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି ।