Odia News Portal

ନବରାତ୍ରି ପ୍ରଥମ ଦିନରେ ବିଳମ୍ବିତ ରାତ୍ରରେ ଅନୁଷ୍ଠିତ ହେଲା ମା ମଙ୍ଗଳା ଙ୍କ ନାଲିକଲି ବେଶ

ବିଳମ୍ବିତ ରାତ୍ରରେ କାକଟପୁର ଅଧିଷ୍ଟାତ୍ରୀ  ଦେବୀ ମା ମଙ୍ଗଳା ନାଲି କଲି ବେଶରେ ଦର୍ଶନ ଦେଇଛନ୍ତି। ପୁରୀ ଜିଲ୍ଲା କାକଟପୁର ପ୍ରାଚୀ ତଟ ବାସିନୀ ମା ମଙ୍ଗଳା ଙ୍କ ପୀଠରେ ଚାଲିଛି ଷୋଡଶ ଦିନାତ୍ମକ ପୂଜା ଚଳଚଞ୍ଚଳ ମା ମଙ୍ଗଳା ଙ୍କ ପୀଠ। ପରମ୍ପରା ଅନୁସାରେ ପ୍ରତ୍ୟହ ଭୋର ୪ଟାରୁ ସ୍ୱତନ୍ତ୍ର ପୂଜା ହୁଏ। ସୋମବାର ଠାରୁ ନବଦିନାତ୍ମକ ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିନରେ ମା ନାଲିକଲି ବେଶରେ ଶ୍ରଦ୍ଧାଳୁ ଙ୍କୁ ଦର୍ଶନ ଦେଇଥିଲେ। ମା ଙ୍କ ଚଳନ୍ତି ପ୍ରତିମା ସୁସଜ୍ଜିତ ବିମାନରେ ମହିଷାସୁର କୁ ଠାବ କରିବାକୁ ରତ୍ନଗିରି ନିଆଯାଇଥାଏ। ପରେ ମନ୍ଦିର ମଧ୍ୟରେ ଥିବା ଦୁର୍ଗା ପ୍ରତିମା କୁ ରତ୍ନବେଦୀ ରୁ ବାହାରକୁ ଆଣି ଏକତ୍ର ଭାବେ ଖଟୁଲିରେ ପୂଜା କରାଯାଏ ଯାହାକୁ ଜଗତି ପୂଜା କୁହାଯାଇଥାଏ। ଜଗତି ପୂଜା ପରେ ମା ‘ଙ୍କ ଚଳନ୍ତି ପ୍ରତିମା କୁ ରତ୍ନ ସିଂହାସନରେ ପୁନଃ ଅବସ୍ଥାପିତ କରାଯିବା ପରେ ମା ଙ୍କ ପ୍ରଥମ ବେଶ ଲାଗି ହୁଏ। ଦେବୀ ପକ୍ଷର ପ୍ରଥମ ନଅଦିନ ଦେବୀ ୯ ଟି ଭିନ୍ନ ଭିନ୍ନ ନାମ ଓ ରୂପରେ ପୂଜିତ ହୁଅନ୍ତି। ସେହି ୯ ନାମ ଓ ରୂପ “ନବଦୁର୍ଗା”ଭାବରେ ବିଦିତା ତାହା ହେଉଛି ପ୍ରଥମତଃ ଶୈଳପୁତ୍ରୀ,ଦ୍ୱିତୀୟମ ବ୍ରହ୍ମଚାରିଣୀ। ନବଦୁର୍ଗା ଙ୍କ ମଧ୍ୟରୁ ଦ୍ୱିତୀୟ ଦୁର୍ଗା ବ୍ରହ୍ମଚାରିଣୀ। ଏହି ଶକ୍ତି ଦ୍ୱିତୀୟ ଦିନର ଉପାସ୍ୟା ‘ବ୍ରହ୍ମ’ର ଅର୍ଥ ତପସ୍ୟା ଏବଂ ଏ ଦୃଷ୍ଟିରୁ ସେ ତପସ୍ୟାରିଣୀ। ଦେବଙ୍କର ଏ ରୂପ ହେଉଛି ଜ୍ୟୋତି ରୂପା। ପୁରାଣ ପ୍ରସଙ୍ଗ ଅନୁସାରେ ନାରଦ ଙ୍କ ପରାମର୍ଶ ରେ ଶୈଳପୁତ୍ରୀ ଶିବଙ୍କୁ ପତି ରୂପେ ପାଇବା ପରେ କଠୋର ତପସ୍ୟା କରିଥିଲେ। ତାହାର ଅବଧି ଥିଲା ୩ ସହସ୍ର ବର୍ଷ। ସେହି ସମୟରେ ପତ୍ର ଆହାର ମଧ୍ୟ ପରିତ୍ୟାଗ କରିବାରୁ ତାଙ୍କର ନାମ ହୋଇଥିଲା “ଅପର୍ଣ୍ଣା”। ସେହି ତପସ୍ୟା ଫଳରେ ତ୍ରିଲୋକରେ ଆଲୋଡନ ସୃଷ୍ଟି ହୋଇଥିଲା। ପିତାମହ ବ୍ରହ୍ମା ତାଙ୍କୁ ଆଶୀର୍ବାଦ କରି କହିଥିଲେ-ଶିବ ଙ୍କୁ ସେ ପତି ରୂପେ ପାଇବେ। ଏଣୁ ଏହି ବ୍ରହ୍ମଚାରିଣୀ ତପଶ୍ଚରିଣୀ ଙ୍କ ଉପାସନା ଫଳରେ ମନୁଷ୍ୟ ତାହାର ସ୍ଵଭାଵ ରେ ତପ, ତ୍ୟାଗ, ବୈରାଗ୍ୟ, ସଦାଚାର ଓ ସଂଯମ ଲାଭ କରେ। ତାଙ୍କ ର ପୂଜା ସାଧକ ଙ୍କୁ ସ୍ୱାଧୀସ୍ପାନ ଚକ୍ର ରେ ସ୍ଥିତ କରେ।ଆଜି ଦ୍ୱିତୀୟ ଦିନରେ ବିଳମ୍ବିତ ରାତ୍ରରେ ମା ମଙ୍ଗଳା କଳାକଲି ବେଶରେ ଦର୍ଶନ ଦେବେ।