ବାତ୍ୟାକୁ ନେଇ ଚିନ୍ତାରେ ମକା ଚାଷୀ By Swadhikar News Last updated Oct 26, 2025 ସମ୍ଭାବ୍ୟ ବାତ୍ୟା ମୋନ୍ଥା କୁ ନେଇ ଚାଷୀକୁଳ ଏବେ ଚିନ୍ତାରେ l ଗଜପତି ଜିଲ୍ଲାରେ ମକା ଚାଷ ଅନ୍ୟତମ ପ୍ରମୁଖ ଚାଷ ହୋଇଥିବା ବେଳେ ବାତ୍ୟା କୁ ନେଇ ଆଶଙ୍କା ପ୍ରକାଶ କରିଛନ୍ତି ଚାଷୀ l ବାତ୍ୟା ହେଲେ ସୁନାର ଫସଲ ଉଜୁଡି ଯିବ l ତେଣୁ ତରବରିଆ ଭାବେ ଜମିରୁ ମକା ଫସଲ କୁ ଅମଳ କରି ସୁରକ୍ଷିତ ରଖିବାକୁ ଚେଷ୍ଟା କରୁଛନ୍ତି ଚାଷୀ l ସେପଟେ ପାହାଡ଼ ତଳିଆ ଗାଁ ହୋଇଥିବା ଯୋଗୁଁ ଗ୍ରାମବାସୀ ଙ୍କ ମନରେ ଭୟ ସୃଷ୍ଟି ହୋଇଛି l ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ ଗଡ଼ର ଗାଁ ର ଚାଷୀ ମାନେ ମକା ଫସଲ କୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି l swadhikarswadhikar news Share