Odia News Portal

ବେଆଇନ ଗୋରୁ ଚାଲାଣ ବେଳେ ପୁଲିସର ବଡ଼ କାର୍ଯ୍ୟନୁଷ୍ଠାନ।

ବଡ଼ଗାଁ ଥାନା ଅଞ୍ଚଳରେ ବେଆଇନ ଗୋରୁ ଚାଲାଣ ବେଳେ ପୁଲିସର ବଡ଼ କାର୍ଯ୍ୟନୁଷ୍ଠାନ। ୮ ଜଣଙ୍କୁ ଗିରଫ କରିବା ସହ ୧୦୫ ଗୋରୁ ଉଦ୍ଧାର ହୋଇଛନ୍ତି। ଗିରଫ ୮ ଜଣଙ୍କ ଠାରୁ ୨ ଟି ବନ୍ଧୁକ, ୧୦ ରାଉଣ୍ଡ ଜୀବନ୍ତ ଗୁଳି, ଗୋଟିଏ ଲେଖାଏଁ ଖଣ୍ଡା ଓ ଛୁରୀ, ଦୁଇଟି କାର, ୮ଟି ମୋବାଇଲ ଜବତ। ମାରଣାସ୍ତ୍ର ଧରି ଗୋରୁ ଚାଲାଣ ହେଉଥିବା ସୂଚନା ପାଇଁ ବଡ଼ଗାଁ ଥାନା ପୁଲିସ କୁମବାହାଲ ନିକଟରେ ଚଢ଼ଉ କରି ଦୁଇଟି କାରରେ ୮ ଜଣଙ୍କୁ ଅଟକ ରଖିବା ପରେ ତାଙ୍କ ସୂଚନା ଆଧାରରେ କଲିଜାପଥର ଗାଁ ନିକଟରୁ ୧୦୫ ଗୋରୁ ଜବତ କରିଛି ପୁଲିସ। ୨୦୨୫ ରୁ ଏ ପର୍ଯ୍ୟନ୍ତ ସୁନ୍ଦରଗଡ ୮୬୪ ଟି ଗୋରୁ ଉଦ୍ଧାର କରିଥିବା ବେଳେ ୩୭ ଟି ମାମଲା ରୁଜ୍ଜୁ କରି ୯୪ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିଛି।