ପରୀକ୍ଷାରୁ ବଞ୍ଚିତ ହେଲେ ୧୨୩ ଜଣ ଛାତ୍ରଛାତ୍ରୀ । ଲଗାଣ ବର୍ଷା ଯୋଗୁଁ ପରୀକ୍ଷାରୁ ବଞ୍ଚିତ ହେଲେ ଯୁକ୍ତ ୩ ଚତୁର୍ଥ ସେମିଷ୍ଟାର ଛାତ୍ରଛାତ୍ରୀ । ଖବର ଅନୁଯାୟୀ, ବୁଧବାର ଦିନ ଯୁକ୍ତ ୩ ଚତୁର୍ଥ ସେମିଷ୍ଟାର ପରୀକ୍ଷା ଥିଲା । ବର୍ଷା ଯୋଗୁ ବିଭିନ୍ନ ରାସ୍ତା ଓ ପୋଲରେ ଜମି ରହିଛି ପାଣି । ଫଳରେ ଜଳବନ୍ଦୀ ଅବସ୍ଥା ସୃଷ୍ଟି ହୋଇଛି । ତେବେ ପରୀକ୍ଷାରୁ ବଞ୍ଚିତ ହୋଇଥିବା ଛାତ୍ରଛାତ୍ରୀମାନେ ଏମଭି-୭୯ ମହାବିଦ୍ୟାଳୟର ୧୦ ଜଣ, ମାଲକାନଗିରି ମହାବିଦ୍ୟାଳୟର ୩୭, କାଲିମେଳା ମହାବିଦ୍ୟାଳୟର ୩୫ ଜଣ, ବାଲିମେଳା କଲେଜର ୩୨ ଜଣ, କୁଡୁମୁଲୁଗୁମା କଲେଜର ୪ ଜଣ, ମାଥିଲି କଲେଜର ୪ ଜଣ ଓ ଗୋବିନ୍ଦପାଲି କଲେଜର ଜଣେ ଛାତ୍ରୀ ରହିଛନ୍ତି । ସେହିପରି ମାଲକାନଗିରି ବାୟାପଡା ଘାଟିରେ ଭୂସ୍କଳନ । କୁଡୁମୁଲୁଗୁମ୍ମା ଠାରୁ ବାୟାପଡାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଗଙ୍ଗାପଡା ଗାଁ ନିକଟରେ ହୋଇଛି ଭୂସ୍କଳନ । ପଥର ଓ ମାଟି ଅତଡା ଖସି ରାସ୍ତା ଅବରୋଧ ହୋଇଛି । ବାୟାପଡା ଠାରୁ ଗଙ୍ଗାପଡା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ରହିଛି ।