Odia News Portal

କୃଷକଙ୍କ ଲାଗି ଖୁସି ଖବର, ବର୍ଷକୁ ମିଳିବ ୧୦ ହଜାର ଟଙ୍କା


କୋଲକାତା: କରୋନା କାଳରେ କୃଷକଙ୍କ ଲାଗି ଖୁସି ଖବର । କୃଷକଙ୍କ ଲାଗି ବଡ଼ ଘୋଷଣା କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କୃଷକ ବନ୍ଧୁ ଯୋଜନା ଘୋଷଣା କରିଛନ୍ତି ମମତା । ଏହି ଯୋଜନାରେ ରାଜ୍ୟର ସମସ୍ତ କୃଷକ ମାନଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ଦେବେ ରାଜ୍ୟ ସରକାର । ଗତକାଲି ବସିଥିବା ଏକ ବୈଠକରେ ଏଭଳି ଘୋଷଣା କରାଯାଇଛି ।

ନିର୍ବାଚନ ସମୟରେ କୃଷକଙ୍କ ଲାଗି ଯୋଜନା ଘୋଷଣା କରିବେ ବୋଲି ପ୍ରତିଶୃତି ଦେଇଥିଲେ ମମତା । ସେପଟେ କେନ୍ଦ୍ର ସରକାରଙ୍କ କିଶାନ ଯୋଜନାକୁ ରାଜ୍ୟ ସରକାର ଅଟାକଇଥିବା ମଧ୍ୟ ବିଜେପି ଅଭିଯୋଗ କରିଥିଲା । ତେବେ ସେ ଯାହାବି ହେଉ ୧ ଏକରରୁ କମ ଜମିଥିବା କୃଷକଙ୍କ ଲାଗି ମମତା ୪ହଜାର ଟଙ୍କା ଦେବେ ବୋଲି ମଧ୍ୟ ଘୋଷଣା କରିଛନ୍ତି । ଓଡ଼ିଶାରେ ଯେଭଳି କାଳିଆ ଯୋଜନା ହୋଇଛି ପଶ୍ଚିମବଙ୍ଗରେ ସେଭଳି କିଶାନ ବନ୍ଧୁ ଯୋଜନା ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।