Odia News Portal

ତୃତୀୟ ଥର ପାଇଁ ବଙ୍ଗଳା ଜିତିଲେ ମମତା

*ନନ୍ଦିଗ୍ରାମରେ ଶୁଭେନ୍ଦୁ ଅଧିକାରୀଙ୍କୁ ମାତ୍ ଦେଇ ହାତେଇଲେ ଆସନ |

କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନରେ ଦିଦିଙ୍କ ମ୍ୟାଜିକ । ଶେଷ ସମୟରେ ବାଜି ପାଲଟାଇ ହାତେଇ ନେଲେ ପଶ୍ଚିମବଙ୍ଗ ଆସନ | ତେବେ ବଡ଼ କଥା ହେଉଛି ଖେଲୋ ହବେ ନା ବିକାଶ ହବେ, ଦିଦି ଓ ଦିଦି… ଭଳି ସମସ୍ତ ବୟାନବାଜିର ଅନ୍ତ ଘଟାଇ ମୋଦିଙ୍କୁ ହାର୍ ର ମଜା ଚଖାଇଛନ୍ତି ମମତା | ତେବେ ଆଜିର ନିର୍ବାଚନ ଫଳାଫଳ ଯେଉଁ ଆଡକୁ ଗତି କରୁଛି ସେଥିରୁ ସ୍ପଷ୍ଟ ହେବାରେ ଲାଗିଛି କି ମମତା ବାନାର୍ଜୀ ତୃତୀୟ ଥର ପାଇଁ ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ହେବା ନିଶ୍ଚିନ୍ତ ।

ବଙ୍ଗଳାର ସମସ୍ତ ୨୯୨ ଆସନରେ ପ୍ରାର୍ଥୀ ଦେଇ ସରକାର ଗଢିବାର ଦାବି କରିଥିଲା ବିଜେପି । କିନ୍ତୁ ଆଜିର ଫଳାଫଳ ପୁନର୍ବାର ପ୍ରମାଣିତ କରିଦେଇଛି ବେଙ୍ଗଲରେ କେବଳ ଖେଲୋ ହବେ । ପଶ୍ଚିମବଙ୍ଗରେ ମା ମାଟି ମନୁଷର ନାରା ଲଗାଇ ଗାଦିକୁ ଆସିଥିବା ଦିଦିଙ୍କୁ ଆଜି ମଧ୍ୟ ମୁଖ୍ୟମନ୍ତ୍ରୀ ଆସନରେ ଦେଖିବାକୁ ଚାହାନ୍ତି ବେଙ୍ଗଲବାସୀ । ତୃତୀୟ ପର୍ଯ୍ୟାୟ ଭୋଟଗଣତି ଜାରି ରହିଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ନିର୍ବାଚନ କମିସନ ଜାରି କରିଥିବା ଫଳାଫଳ ପ୍ରମାଣିତ କରିଦେଇଛି ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ହିଁ ସରକାର ଗଢିବାକୁ ଯାଉଛନ୍ତି । ନିର୍ବାଚନ ହୋଇଥିବା ସମୁଦାୟ ୨୯୨ ଆସନ ମଧ୍ୟରୁ ୨୦୫ ଆସନରେ ଟିଏମସି ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।

ଅନ୍ୟପକ୍ଷେ ବିଜେପିର ୨୦୦ ପ୍ଲସ ସ୍ଳୋଗାନ ୧୦୦ ଅଙ୍କ ମଧ୍ୟ ଛୁଇଁ ପାରିନି |ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଆସନ ଉପରେ ସମସ୍ତେ ନଜରଥିବା ସମୟରେ ନନ୍ଦିଗ୍ରାମ ଆସନ ଉପରେ ସମସ୍ତେ ନଜରଥିବା ସମୟରେ ନନ୍ଦିଗ୍ରାମରେ ଶୁଭେନ୍ଦୁ ଅଧିକାରୀ ମମତାଙ୍କୁ ମାତ ଦେଇ ୧୬୨୨ ଭୋଟରେ ହାତେଇ ନେଇଛନ୍ତି | ନନ୍ଦିଗ୍ରାମ ଆସନରୁ ବିଜୟୀ ହୋଇଛନ୍ତି ବିଜେପିର ଶୁଭେନ୍ଦୁ ଅଧିକାରୀ ବିଜୟ ହୋଇଛନ୍ତି । ନିଜର ବିରୋଧୀ ତଥା ଟିଏମସି ନେତ୍ରୀ ମମତା ବାନାର୍ଜୀଙ୍କୁ ଟକ୍କର ଦେଇ ନନ୍ଦିଗ୍ରାମ ଆସନରୁ ଶୁଭେନ୍ଦୁ ଅଧିକାରୀ ବାଜିମାତ୍ କରିଛନ୍ତି | ତେବେ ମମତାଙ୍କ ପଶ୍ଚିମବଙ୍ଗରେ ବିଜୟ ପରେ କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂ ମମତା ବାନାର୍ଜୀଙ୍କୁ ତୃତୀୟ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ରାଜନାଥ ସିଂ ଟ୍ୱିଟ୍ କରି ମମତା ବାନାର୍ଜୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।