Odia News Portal

ଚଢଉ ବେଳେ ଫାଇଲ ଉଠାଇନେଇଗଲେ ମମତା ବାନାର୍ଜୀ, ଜବରଦସ୍ତ ଫାଇଲ ଛଡାଇନେଇଥିବା ଅଭିଯୋଗ କଲା ଇଡି

 ପଶ୍ଚିମବଙ୍ଗରେ ମୁହାଁମୁହିଁ ହେଲେ ମମତା ବାନାର୍ଜୀ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀ । ପଲିଟିକାଲ କନସଲଟାନ୍ସି ଫାର୍ମ୍ ଆଇ-ପ୍ୟାକର କିଛି କାର୍ଯ୍ୟାଳୟରେ ଚଢଉ ବେଳେ ଅପ୍ରୀତିକର ପରିସ୍ଥିତି ଉପୁଜିଛି । ଏହାପରେ ଟିଏମସି ନେତ୍ରୀ ମମତା ବାନାର୍ଜୀ ଇଡି ବିରୋଧରେ କାଗଜପତ୍ର ଚୋରି ଅଭିଯୋଗ ଆଣିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଟାର୍ଗେଟ୍ କରିଛନ୍ତି ମମତା ବାନାର୍ଜୀ ।ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମନି ଲଣ୍ଡରିଂ ମାମଲାରେ ଆଇ-ପ୍ୟାକର ଦୁଇଟି ସ୍ଥାନରେ ଚଢଉ କରିଥିଲା । ପ୍ରଥମେ ଆଇ-ପ୍ୟାକ୍ ର କର୍ମଚାରୀ ପ୍ରତୀକ ଜୈନଙ୍କ ଘରେ ରେଡ୍ ହୋଇଥିଲା । ଏହାପରେ ସଲ୍ଟ୍ ଲେକ୍ ସେକ୍ଟର-୫ ପାଖରେ ଥିବା କମ୍ପାନୀର କାର୍ଯ୍ୟାଳୟରେ ଚଢଉ କରି ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଜବତ କରିଛି ଇଡି । ଏହି ସମସ୍ତ ଦସ୍ତାବିଜ ତୃଣମୂଳ କଂଗ୍ରେସ ସହ ଜଡିତ ବୋଲି କୁହାଯାଉଛି ।ଚଢଉ ଖବର ପରେ ଟିଏମସି କାର୍ଯ୍ୟକର୍ତ୍ତା ସଲ୍ଟ୍ ଲେକ୍ ପାଖରେ ଥିବା କାର୍ଯ୍ୟାଳୟ ଆଗରେ ପାଟିତୁଣ୍ଡ କରିଥିଲେ । ଏପରିକି ଟିଏମସି ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମଧ୍ୟ ଘଟଣାସ୍ଥଳରେ ପହଁଚିଥିଲେ । ଆଉ ଏହି ସମୟରେ ପ୍ରତୀକ ଜୈନଙ୍କ ଘରେ ପହଞ୍ଚି ଆଇ ପ୍ୟାକ୍ ଅଫିସରୁ ଦସ୍ତାବିଜ ନେଇଯାଇଥିଲେ । ଯାହାକୁ ନେଇ ସେ କହିଛନ୍ତି ଯେ, ଇଡି ଟିଏମସିର ଫାଇଲ୍ସ ଉପରେ ଆଖି ରଖିଛି । ଇଡି ପ୍ରାର୍ଥୀଙ୍କ ତାଲିକା ଚୋରି କରିଛି । ଦଳ ଆଗାମୀ ନିର୍ବାଚନରେ କିପରି ରଣନୀତି ପ୍ରସ୍ତୁତ କରୁଛି ତାକୁ ହାତେଇବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢଉ କରିଥିଲା । ଘଟଣାକୁ ନେଇ ସେ ସିଧାସଳକ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଟାର୍ଗେଟ୍ କରିଛନ୍ତି ।