Odia News Portal

ମୋଦିଙ୍କୁ ଭେଟିବେ ମମତା

ନୂଆଦିଲ୍ଲୀ: ବର୍ତ୍ତମାନ ବିଭିନ୍ନ ବିରୋଧୀ ଦଳର ନେତାମାନେ କେନ୍ଦ୍ରରେ ଭାରତୀୟ ଜନତା ପାର୍ଟି (ବିଜେପି)ର ମୁକାବିଲା କରିବା ପାଇଁ ଏକତ୍ରିତ ହେଉଛନ୍ତି । ଆଗକୁ ବିଭିନ୍ନ ରାଜ୍ୟରେ ନିର୍ବାଚନ ଥିବା ବେଳେ ବିରୋଧୀମାନେ ଏବେଠାରୁ ପ୍ରସ୍ତୁତି ଆରମ୍ଭ କଲେଣି । ଏ ମଧ୍ୟରେ ତୃଣମୂଳ କଂଗ୍ରେସ (ଟିଏମସି) ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଖୁବ ଶୀଘ୍ର ଦିଲ୍ଲୀ ଯାଇ କିଛି ନେତାଙ୍କୁ ଭେଟିବେ ବୋଲି କହିଛନ୍ତି ।

ସେଠାରେ ସେ କେଉଁ ନେତାଙ୍କୁ ଭେଟିବେ ସେ ନେଇ ମମତା ବାନାର୍ଜୀ ସ୍ପଷ୍ଟ କରିନାହାଁନ୍ତି । ତେବେ ଦିଲ୍ଲୀ ଗସ୍ତ ସମୟରେ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ସମୟ ମାଗିବେ ବୋଲି କହିଛନ୍ତି।

ତାଙ୍କ କହିବା ମୁତାବକ, କରୋନା ପାଇଁ ମୁଁ ଦିଲ୍ଲୀ ଯାଇପାରିଲି ନାହିଁ । ମୁଁ ସାଧାରଣତଃ ସଂସଦ ଅଧିବେଶନ ସମୟରେ ସେଠାକୁ ଯାଇ ନେତାମାନଙ୍କୁ ଭେଟିଥାଏ । ବର୍ତ୍ତମାନ କୋଭିଡ ସ୍ଥିତିରେ ସୁଧାର ଆସିଥିବାରୁ ମୁଁ ଦିଲ୍ଲୀ ଯାଇ ସେଠାରେ କିଛି ନେତାଙ୍କୁ ଭେଟିବି। ମୁଁ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କଠାରୁ ମଧ୍ୟ ସମୟ ମାଗିବି ଜ୍ଝ ତେବେ ଏ ପର‌୍ୟ୍ୟନ୍ତ ଦିଲ୍ଲୀ ଯିବାର ସମୟ ଏବଂ ଦିନ ଠିକ କରିନାହିଁ ।