ଆଜି ପୁଣି ସିବିଆଇରେ ହାଜର ହୋଇଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ଅବକାରୀ ନୀତି ଦୁର୍ନୀତି ମାମଲାରେ ଅଧିକ ଜେରା ପାଇଁ ସେ ଆଜି ସିବିଆଇ ମୁଖ୍ୟ କାର୍ଯ୍ୟାଳୟକୁ ଯାଇଛନ୍ତି । ଏଥିପାଇଁ ସିବିଆଇ ମୁଖ୍ୟାଳୟ ଆଗରେ ସିସୋଦିଆଙ୍କ ସମର୍ଥକଙ୍କ ଭିଡ ଲାଗିଛି। ତେଣୁ ମୁଖ୍ୟାଳୟ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି ।
ତେବେ ସିବିଆଇ ଅଫିସ ଯିବା ପୂର୍ବରୁ ସିସୋଦିଆ ନିଜ ମା’ଙ୍କ ଆଶୀର୍ବାଦ ନେଇ ଘରୁ ବାହାରିଛନ୍ତି। ଫେବୃଆରୀ ୧୯ ତାରିଖରେ ହାଜର ହେବାକୁ ସିସୋଦିଆଙ୍କୁ ନୋଟିସ୍ କରିଥିଲା ସିବିଆଇ। କିନ୍ତୁ ଦିଲ୍ଲୀ ଅର୍ଥମନ୍ତ୍ରୀ ଥିବା ସିସୋଦିଆ ହାଜର ହେବାକୁ ଏକ ସପ୍ତାହ ଅଧିକ ସମୟ ମାଗିଥିଲେ। ସିବିଆଇ ମଧ୍ୟ ତାଙ୍କୁ ଏଥିପାଇଁ ଅନୁମତି ଦେଇଥିଲା।
ତେବେ ଆଜି ସିବିଆଇରେ ହାଜର ହେବା ପୂର୍ବରୁ ରାଜଘାଟ ଯାଇଥିଲେ ଏହି ଆପ୍ ନେତା। ତେବେ ସିବିଆଇକୁ ପୁରା ସହଯୋଗ କରିବାକୁ କହିଛନ୍ତି ସିସୋଦିଆ। ସିସୋଦିଆ ସିବିଆଇରେ ହାଜର ପୂର୍ବରୁ ଶକ୍ତି ପ୍ରଦର୍ଶନ କରିଥିଲା ଆପ୍ । ରାଜଘାଟରେ ହାତରେ ପ୍ଲାକାର୍ଡ ଧରି ବିଭିନ୍ନ ନାରାବାଜୀ କରାଯାଇଥିଲା । ସେପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ମନୀଷ ସିସୋଦିଆଙ୍କୁ ସିବିଆଇ ଗିରଫ କରିପାରେ ବୋଲି ଆଶଙ୍କା କରିଛନ୍ତି।
Sign in
Sign in
Recover your password.
A password will be e-mailed to you.