Odia News Portal

ପୋଲିସକୁ ଚକ୍ମା ଦେବା ପାଇଁ ମାଓବାଦୀଙ୍କ ନୂଆ ଚାଲ

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡରେ ପୋଲିସକୁ ଟାର୍ଗେଟ୍ କରିବା ପାଇଁ ମାଓବାଦୀଙ୍କ ନୂଆ ଚାଲ୍। ମାଓବାଦୀ ଗରିଲା ଯୁଦ୍ଧ ନାଁରେ ଚାଲିଛି ଚକ୍ରାନ୍ତ। ସୁକ୍ମା, ଦାନ୍ତେୱାଡ଼ା , ବିଜାପୁର ଏଭଳି ମାଓ ପ୍ରବଣ ଅଂଚଳରେ ମାଓବାଦୀଙ୍କ ଗିରାଲ ଯୁଦ୍ଧର ନୂଆଚାଲ ପଦାକୁ ଆସିଛି। ମାଓ ଦମନ ପାଇଁ ଜଙ୍ଗଲରେ ଅପରେସନ କଲାବେଳେ ଜଙ୍ଗଲରେ ରହିଛି ମାଓବାଦୀଙ୍କ ଅବିକଳ କଣ୍ଢେଇ।
ଗଛ କରଡ଼ରେ ମାଓବାଦୀଙ୍କ ଅବିକଳ କଟପୁତଳି ହାତରେ ଧରାଯାଇଛି ଅବିକଳ ବନ୍ଧୁକ। ପୋଲିସ ମାଓବାଦୀ ଭାବି ଯଦି ଫାଇରିଂ କରିବେ ମାଓବାଦୀ ପୋଲିସ ଚାରିପଟେ ଘେରି ଆମ୍ବୁସ୍ ବିଛାଇ ପୋଲିସକୁ ଆକ୍ରମଣ କରିବାରେ ସଫଳ ହେବେ। ମାଓବାଦୀଙ୍କ ଏଭଳି ନୂଆଚାଲ୍କୁ ପୋଲିସ ଉପରେସନ୍ ବେଳେ ଧରିବାରେ ସଫଳ ହୋଇଛି। ମାଓବାଦୀଙ୍କ ନୂଆ ରଣନୀତି ପୋଲିସ ପାଇଁ ଏବେ ଏକ ବଡ଼ ଚ୍ୟାଲେଞ୍ଜ।