ମାଓ କ୍ୟାମ୍ପ ଠାବ: ଜଣେ ନକ୍ସଲ ଗିରଫ, ବିସ୍ଫୋରକ-ବନ୍ଧୁକ ଜବତ By Swadhikar News Last updated Aug 24, 2025 ସେହିପରି ନାରାୟଣପୁର ଜିଲ୍ଲାର ମାରକାବେଡା ଜଂଗଲରେ ଆଇଟିବିପି ଓ ଡିଆରଜି ଯବାନ ସର୍ଚ୍ଚ ଅପରେସନ କରୁଥିବା ବେଳେ ଜଂଗଲରେ ଜଣେ ସନ୍ଦିଗ୍ଧ ବ୍ୟକ୍ତି ଯବାନଙ୍କୁ ଦେଖି ଦୌଡି ପଳାଇବାକୁ ଚେଷ୍ଟା କରୁଥିଲା। ତୁରନ୍ତ ଯବାନ ଜଂଗଲକୁ ଘେରି ସେହି ବ୍ୟକ୍ତିକୁ ଗିରଫ କରିଥିଲେ। ବ୍ୟକ୍ତି ଜଣକ ହେଲେ ଇନ୍ଦ୍ରାବତୀ ମାଓ ଡିଭିଜନର ସଦସ୍ୟ ମଡ୍ଡା କୁହଡ଼ାମ। ମଡ୍ଡା କୁଡ଼ାମକୁ ଧରିବା ପରେ ପଚରାଉଚରା କରିଥିଲେ। ଗିରଫ ନକ୍ସଲ ନିକଟରୁ ବନ୍ଧୁକ ଓ ବିସ୍ଫୋଟକ ଜବତ କରାଯାଇଛି। ଗିରଫ ନକ୍ସଲ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ଜଂଗଲରେ ଲ୍ୟାଣ୍ଡମାଇନ ଖଞ୍ଜୁ ଥିଲା। ପୁଲିସ ଗିରଫ ନକ୍ସଲକୁ କୋର୍ଟ ଚାଲାଣ କରିଥିବା କହିଛି। naxalswadhikarswadhikar news Share