ଭୁଶୁଡୁଛି ଲାଲଗଡ଼। ମାଓମୁକ୍ତ ହେଲା ରାୟଗଡ଼ା ଜିଲ୍ଲା । ଆତ୍ମସମର୍ପଣ କରିଛନ୍ତି ନିଖିଲ ଓ ଇନ୍ଦୁଙ୍କ ସମେତ ୧୫ ହାର୍ଡକୋର ମାଓବାଦୀ । ବାସଧାରା ଘୁମୁସର ନାଗାବଳି ଡିଭିଜନର ମୋଟ ୧୫ଜଣ ମାଓ କ୍ୟାଡର ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିଛନ୍ତି । ଏନେଇ ଏଡିଜି ଆଣ୍ଟି ନକ୍ସଲ ଅପରେସନ ସଂଜୀବ କୁମାର ପଣ୍ଡା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ମାଓ ଦମ୍ପତି ନିଖିଲ ଓ ଇନ୍ଦୁଙ୍କ ମୁଣ୍ଡ ଉପରେ ଏକ କୋଟି ୯୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା ।ସେମାନଙ୍କ ନିକଟରୁ ୧୪ଟି ବନ୍ଧୁକ, ୨ଟି ଏକେ47, ୫ ଏସଏଲଆର୍ , ଗୋଟିଏ ଷ୍ଟେନଗନ୍,ଗୋଟିଏ ଇନସାସ୍ ରାଇଫଲ ସହ ଗୁଳି ଜବତ ହୋଇଛି । ଆତ୍ମସମର୍ପଣ କରିଥିବା ମାଓବାଦୀ ମାନେ ନିୟମଗିରି ପାଦଦେଶରେ ରହି ବାଘୁନା ଡିଭିଜନକୁ ପରିଚାଳନା କରୁଥିଲେ । ମୁଖ୍ୟ ସ୍ରୋତରେ ସାମିଲ ହେବା ପରେ ଆତ୍ମସମର୍ପଣକାରୀଙ୍କୁ ସମସ୍ତ ସରକାରୀ ସୁବିଧା ମିଳିବ ।
